ଜିଲ୍ଲାପରିଷଦ ପାଣ୍ଠି ରେ ଜିଲ୍ଲାପରିଷଦ ସଭ୍ୟ ଠିକାଦାର ତଥାପି ୧ବର୍ଷ ରୁ ଉର୍ଦ୍ଧ ଦିନ ହେବ ଅଧଖଣ୍ଡିଆ ହୋଇ ପଡ଼ିଛି ନିର୍ମାଣାଧୀନ କଂକ୍ରିଟ ରାସ୍ତା। ଯାହା ଫଳରେ ଲୋକେ ନାଇ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖାଯାଉଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ହେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଧର୍ମଗଡ଼ ବ୍ଲକ୍ ଧଅରପୁର ପଂଚାୟତ ରୁ । ସୂଚନା ମତେ ଜିଲ୍ଲାପରିଷଦ ପାଣ୍ଠି ତଥା ପଞ୍ଚଦଶ ଅର୍ଥ କମିଶନ ୨୦୨୧-୨୨ ଯୋଜନା ମାଧ୍ୟମରେ ୨ଲକ୍ଷ ଟଙ୍କା ବ୍ୟୟବରାଦ ରେ ଧଅରପୁର ଜଗନ୍ନାଥ ମନ୍ଦିର ଠାରୁ ଅଣ୍ଟିପଡ଼ା ପର୍ଯ୍ୟନ୍ତ ଗତ ୩୧,୧୨,୨୧ ରେ କଂକ୍ରିଟ ରାସ୍ତା କାମ ଆରମ୍ଭ ହୋଇଥିଲା । ବିଭାଗୀୟ ତ୍ଵତବାଧନ ରେ କାମ ହେଉଥିବା ବେଳେ ନିଜେ ଜିଲ୍ଲାପରିଷଦ ସଭ୍ୟ ରାସ୍ତା କାମ କରିଥିବା ପ୍ରକାଶ କରନ୍ତି ଗ୍ରାମବାସୀ । ରାସ୍ତା ନିର୍ମାଣର ପ୍ରଥମ ସ୍ତରରେ କେବଳ ମେଟାଳ କାର୍ଯ୍ୟ ହୋଇ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ଯାହା ଫଳରେ ଲୋକେ ଯାତାୟାତ ରେ ନାଇ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏପରିକି ଦୀର୍ଘ ଗୋଟିଏ ବର୍ଷ ରୁ ଉର୍ଦ୍ଧ ଦିନ ବିତି ଯାଇଥିଲେ ମଧ୍ୟ ପାରିଶ୍ରମିକ ପାଉଣା ପାଇ ନ ଥିବା ଅଭିଯୋଗ କରନ୍ତି ଶ୍ରମିକ। କାର୍ଯ୍ୟ ଶେଷ କରିବା ଓ ଶ୍ରମିକ ଙ୍କ ପାରିଶ୍ରମିକ ପାଉଣା ଦେବା ପାଇଁ ଗୁହାରି କରିଥିଲେ ହିଁ ପ୍ରଶାସନ କିମ୍ବା ଜିଲ୍ଲାପରିଷଦ ସଭ୍ୟ ଶୁଣୁ ନ ଥିବା ପ୍ରକାଶ କରନ୍ତି ଲୋକେ । ତୁରନ୍ତ ଅଧଖଣ୍ଡିଆ କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜୁଏଡ ମୁଖ୍ୟ ରାସ୍ତା ତୁଳନାରେ ଢେର୍ ତଳେ ରହିଛି – ପ୍ରଶାସନ ସହ ଆଲୋଚନା କରି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।