ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫାଇଲିନ। ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା। ୨୦୧୩ ଅକ୍ଟୋବର ମାସର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା। ଲ୍ୟାଣ୍ଡଫଲ ସ୍ଥାନ ଥିଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର। ବର୍ଷାପବନରେ ଛାରଖାର ହୋଇଥିଲା ବ୍ରହ୍ମପୁର ସହର। କ୍ୟାଟାକୋରୀ-5 ସାଇକ୍ଲୋନ ଥିଲା ଫାଇଲିନ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଥିଲା ୨୨୦ କିଲୋମିଟର ପ୍ରତି ଘଣ୍ଟା। ୧୯୯୯ରୁ ୨୦୧୩ ୧୪ ବର୍ଷ ମଧ୍ୟରେ ଓଡ଼ିଶା ଦେଖି ଥିଲା ବଡ଼ବାତ୍ୟା। ୧୯୯୯ରେ ୧୦ ହଜାର ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଫାଇଲିନ୍ରେ ମୃତ୍ୟୁ ସଂଖ୍ୟା ୩୦-୪୦ ଭିତରେ ଥିଲା। ଯାହା ଦେଶ କାହିଁକି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଓଡ଼ିଶାରେ ଏତେ ବଡ଼ ପରିବର୍ତ୍ତନ କିପରି ହେଲା। ଏତେ ବଡ଼ ବିପର୍ଯ୍ୟୟର ସଫଳ ମୁକାବିଲା କିପରି କଲା ଓଡ଼ିଶା।