Odia News Portal

ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ “ସୁଭଦ୍ରା ଟଙ୍କା”

ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।