ଓଡ଼ିଆ ପୁଅ କିଶୋର କୁମାର ଜେନା ଇତିହାସ ରଚିଛନ୍ତି । ଏସିଆଡ଼ରେ କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି । ଯାହାକି ସାରା ଓଡ଼ିଶାରେ ଖୁସିର ଲହରୀ ଖେଳାଇ ଦେଇଛି । ଜାଭେଲିନ ଥ୍ରୋରେ ସେ ୮୭.୫୪ ମିଟର ଫିଙ୍ଗ୍ି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଅପରପକ୍ଷରେ ନୀରଜ ଚୋପ୍ରା ୮୮.୮୮ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । କିଶୋର ନିଜର ଚତୁର୍ଥ ଥ୍ରୋରେ ରୌପ୍ୟ ଜିତିବାରେ ସଫଳ ହୋଇଥିଲେ । ତାଙ୍କ କ୍ରୀଡ଼ା ଜୀବନର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । କିଶୋର ପଦକ ପାଇବା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।