ବ୍ୟକ୍ତି ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଶରୀରକୁ ଅନେକ ପ୍ରକାରର ରୋଗ ମାଡ଼ିବସି ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ଆପଣଙ୍କୁ ନିୟମିତ ଭାବେ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। ସେଥିପାଇଁ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ଶରୀର ପକ୍ଷେ ନିହାତି ଆବଶ୍ୟକ। ତେବେ କେଉଁ କେଉଁ ଫଳ ଖାଇଲେ ଶରୀରରେ ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ଜାଣନ୍ତୁ।

ବିଟ୍ – ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପରିବା ରୂପେ ପରିଗଣିତ ହୋଇଥାଏ । ଏହା ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବା ସହ ରକ୍ତ ସଫା ମଧ୍ୟ କରିଥାଏ। ଏହା ଶରୀରକୁ ଡିଟକ୍ସିଫାଏ କରିବା ସହ ହେମୋଗ୍ଲୋବିନ୍ ମାତ୍ରା ବଢାଇ ଥାଏ। ସପ୍ତାହକୁ ଅତିକମରେ ଦୁଇଥର ବିଟ୍ ଖାଉଥିବା ଲୋକଙ୍କ ଶରୀରରେ ରକ୍ତ ଓ ହେମୋଗ୍ଲୋବିନ୍ ସମସ୍ୟା କେଇ ଗୁଣ କମିଯାଇଥାଏ।

ଡାଳିମ୍ବ – ଶରୀରରେ ରକ୍ତ ମାତ୍ରା ବଢାଇବାକୁ ଡାଳିମ୍ବ ସେବନ କରିବାକୁ ଡାକ୍ତର ପରାମର୍ଶ କରିଥାନ୍ତି। ରିସର୍ଚ୍ଚ ଅନୁସାରେ ଡାଳିମ୍ବ ସେବନ ହେମୋଗ୍ଲୋବିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ।

ଗାଜର – ଗାଜରକୁ ଆପଣ ଯେକୌଣସି ପ୍ରକାରେ ସାଲାଡ଼୍, ଜୁସ୍ କିମ୍ବା ହାଲୱା କରି ଖାଇପାରିବେ। ଗାଜରରେ ଥିବା ବିଟା କ୍ୟାରୋଟିନ ଶରୀରରେ ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ।

ଟମାଟୋ – ଟମାଟୋକୁ ମୁଖ୍ୟତଃ ସମସ୍ତ ବୟସର ବ୍ୟକ୍ତି ଖାଇବାକୁ ପସନ୍ଦ କରିଥାନ୍ତି |ଟମାଟୋରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। ଟମାଟୋ ସେବନ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ମଧ୍ୟ ମିଳିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ।

କମଳା – ଶୀତ ଦିନର ପ୍ରମୁଖ ଫଳ ମଧ୍ୟରେ କମଳା ଅନ୍ୟତମ ଅଟେ | କମଳାରେ ଭିଟାମିନ-ସିର ମାତ୍ରା ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଦେଖାଦେଉଥିବା ହେମୋଗ୍ଲୋବିନ୍ ସମସ୍ୟା ଅନେକ ମାତ୍ରାରେ କମ ହୋଇଥାଏ।କମଳାକୁ ଆପଣ ଜୁସ୍ କରି ଅଥବା ସାଲାଡ଼ରେ ପକାଇ ଖାଇ ପାରିବେ |