ଭୁବନେଶ୍ବର: ଶରୀରର ଓଜନ ବଢିବା ଏକ ସାମାନ୍ୟ କଥା। ସାରା ଦୁନିଆରେ ଲୋକେ ଓଜନ ବଢିବା ସମସ୍ୟା ଦେଇ ଗତି କରୁଛନ୍ତି। ଜୀବନଶୈଳୀ, ଖାଦ୍ୟାଭ୍ୟାସ ଆଦି ଓଜନ ବୃଦ୍ଧିର ମୁଖ୍ୟ କାରଣ। ଓଜନ ବୃଦ୍ଧିର ଅନ୍ୟ କାରଣ ମଧ୍ୟ ରହିଛି। କିଛି ସ୍ୱାସ୍ଥ୍ୟ ସମସ୍ୟା ଏବଂ ବୟସ କାରଣରୁ ମଧ୍ୟ ଓଜନ ବୃଦ୍ଧି ପାଇଥାଏ। କାରଣ ଜାଣିଲେ ଓଜନ କମ କରିବା ସହଜ ହୋଇଥାଏ।୪୦ ବର୍ଷ ବୟସ ପରେ ମହିଳାଙ୍କ ଓଜନ ବୃଦ୍ଧି ସାଧାରଣ କଥା। ଯଦି ଆପଣ ବି ସେହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଏହା ପଛରେ କିଛି ସମ୍ଭାବ୍ୟ କାରଣ ଥାଇପାରେ।

କିନ୍ତୁ ଏହା ସମସ୍ତଙ୍କ ଉପରେ ଲାଗୁ ହୋଇନପାରେ।ଯେଉଁମାନେ ଡାଏଟିଂ କରନ୍ତି ସାଧାରଣତଃ ସେମାନେ ଚିନି ଖାଇବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତି। କିନ୍ତୁ ଚିନି ସେବନ କରିବା ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ ନୁହେଁ। ଅଧିକ ଚିନି ସେବନ ହାନିକାରକ ହୋଇଥାଏ। ୪୦ ବର୍ଷ ବୟସ ପରେ ଅଧିକ ମାତ୍ରାରେ ଚିନି ସେବନ କଲେ ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। କାରଣ ଶରୀରର କୋଷ ଇନ୍ସୁଲିନ ପ୍ରତିରୋଧି ହୋଇଯାଏ। ୪୦ ବର୍ଷ ବୟସ ପରେ ଟାଇପ୍-୨ ଡାଏବେଟିସ୍ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ।ଏଞ୍ଜାଇମ ଶରୀରରେ ଭିନ୍ନ ଭିନ୍ନ କାମ କରିଥାଏ। ସେଥିରୁ ଗୋଟିଏ ଓଜନ ବଢାଇବା ଓ କମାଇବା କାମ କରିଥାଏ। ପ୍ରୋଜେଷ୍ଟନ ଲେଭଲ ଓଜନ ବୃଦ୍ଧି କରିଥାଏ। କାରଣ ଏଥିଯୋଗୁଁ ଶରୀରରେ ବ୍ଳୋଟିଙ୍ଗ ଓ ପାଣି ଜମା ହୋଇଯାଏ। ଯାହାଫଳରେ ଶରୀର ଭାରି ଭାରି ଜଣାପଡେ। ଏ ସମ୍ବନ୍ଧରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। ବୟସ ବଢିବା ସହ ଦାୟିତ୍ୱ ମଧ୍ୟ ବଢିଥାଏ। ଦାୟିତ୍ୱ ସହ ଚିନ୍ତା, କାମ ଚାପ, ଘର-ସଂସାର ଚିନ୍ତା ଓ ଜୀବନ ସହ ଜଡିତ ଅନେକ ଚିନ୍ତା ଦେଇ ମଣିଷ ଗତି କରିଥାଏ।

ଏହି ଚିନ୍ତାର ମୂଲ୍ୟ ଶରୀରକୁ ଭୋଗିବାକୁ ପଡିଥାଏ। ଏହିସବୁକୁ ତୁଲାଇବାକୁ ଏକ ତନ୍ତ୍ର ରହିଛି। ଯାହାର ଫଳସ୍ୱରୂପ ଓଜନ ବୃଦ୍ଧି ପାଇଥାଏ।ଅଧିକ ଓ କମ ଖାଇବା ଉଭୟ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ୪୦ ବର୍ଷ ବୟସ ପରେ ମହିଳାଙ୍କ ସ୍ୱଭାବରେ ଅନେକ ପରିବର୍ତ୍ତନ ହୋଇଥାଏ। ମହିଳାମାନେ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ଦେଇ ମଧ୍ୟ ଗତି କରିଥାନ୍ତି। ବିଶେଷକରି ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡିଥାଏ।

ଏହାର ଫଳସ୍ୱରୂପ ମହିଳାଙ୍କୁ ଅଧିକ ଭୋକ ହେଇଥାଏ। କମ୍ ଖାଦ୍ୟ ଗ୍ରହଣ କରୁଥିବା ମହିଳାଙ୍କ ପାଇଁ ଏହି ସ୍ଥିତି ଠିକ କିନ୍ତୁ ଅଧିକ ଖାଦ୍ୟ ଗ୍ରହଣ କରୁଥିବା ମହିଳାଙ୍କ ଭୋକ ବଢ଼ିବାରୁ ସେମାନେ ଖାଦ୍ୟ ଗ୍ରହଣ କରିଥାନ୍ତି। ଯାହାଫଳରେ ଓଜନ ବୃଦ୍ଧି ହୋଇଥାଏ।ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ କେବଳ ମହିଳାଙ୍କର ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ।ସେଥିପାଇଁ ୪୦ ବର୍ଷ ବୟସ ପରେ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ନିଜର ଖାଦ୍ୟ ଗ୍ରହଣ ସମୟ ସାରଣୀ ପ୍ରସ୍ତୁତ କରନ୍ତି ଏବଂ ତାକୁ ପାଳନ ମଧ୍ୟ କରନ୍ତୁ।