କାର ଏବଂ ବାଇକ ରେ ୮୦ ରୁ ୫୦୦ ସିସି ପର୍ୟ୍ୟନ୍ତ ଇଞ୍ଜିନ ଥାଏ । ରୋୟାଲ ଏଂଫିଲଡ଼ ବାଇକ ରେ ୫୦୦ ରୁ ଅଧିକ ସିସି ର ମଧ୍ୟ ଇଞ୍ଜିନ ବ୍ୟବହାର ହଉଛି । କେବେ ଭାବିଛନ୍ତି ଟ୍ରେନ ରେ କେତେ ସିସି ର ଇଞ୍ଜିନ ବ୍ୟବହାର ହୁଏ? ଆସନ୍ତୁ ଜାଣିବା ଏହି ବିଷୟରେ …..
ଛୋଟ ଇଞ୍ଜିନ ବ୍ୟବହାର ହେଇଥିବାରୁ କାର ଓ ବାଇକ ର ଇଞ୍ଜିନ କ୍ଷମତା ସିସି ରେ ମପାଯାଏ । ମାତ୍ର ବଡ ବଡ ଯାନ ରେ ବହୁତ ବଡ଼ ଇଞ୍ଜିନ ବ୍ୟବହାର ହୁଏ ସେଥିପାଇଁ ସେମାନଙ୍କ ଇଞ୍ଜିନ କ୍ଷମତାକୁ ଲିଟର ରେ ମପାଯାଏ ।
କହିବାକୁ ଗଲେ ଏକ ଲିଟର ଏକ ହଜାର ସିସି ସହ ସମାନ । ଟ୍ରେନ ରେ ୧୬ଟି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଏ । ହିସାବ କଲେ ଏକ ଲକ୍ଷ ୬୦ ହଜାର ସିସି ହୋଇଥାଏ ।