କିଛି ଡ୍ରାଏଫ୍ରୁଟ୍ସକୁ ରାତିରେ ବତୁରାଇ ସକାଳେ ଖାଇବା ଦ୍ୱାରା ଶରୀର ପାଇଁ ଅନେକ ଲାଭଦାୟକ ହୋଇଥାଏ ।ଏଥିରେ ଥିବାଭରପୁର ଖାଦ୍ୟ ଆମକୁ ଶରୀରରେ ଶକ୍ତି ଦେବା ସହ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିଛି ଡ୍ରାଏଫ୍ରୁଟ୍ସ ସକାଳୁ ଖାଇବା ଉଚିତ। କିନ୍ତୁ ଏହାକୁ ରାତିରେ ବତୁରାଇ ସକାଳେ ଖାଇବା ଉଚିତ। ବିଶେଷଜ୍ଞଙ୍କ ଅନୁଯାୟୀ, ବତୁରାଇବା ଦ୍ୱାରା ଏହା ସହଜରେ ହଜମ ହୋଇଥାଏ। ଏହା ପେଟ ସମସ୍ୟା, ଇମ୍ୟୁନିଟି, ଓଜନ କମ କରିବାରେ ଏବଂ ଗଣ୍ଠି ବିନ୍ଧ ଭଳି ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ କେଉଁ ଜିନିଷକୁ ରାତିରେ ବତୁରାଇ ସକାଳେ ଖାଇବା ଉତ୍ତମ।
ମେଥି – ଗଣ୍ଠି ବିନ୍ଧ ମହିଳାମାନଙ୍କ ମଧ୍ୟରେ ଏକ ସାଧାରଣ ସମସ୍ୟା। ଏଥିପାଇଁ ମେଥିକୁ ରାତିରେ ବତୁରାଇ ଦିଅନ୍ତୁ ଓ ସକାଳୁ ଉଠି ତାକୁ ଖାଆନ୍ତୁ କିମ୍ବା ଏହାର ପାଣି ପିଅନ୍ତୁ। ଏହାଦ୍ୱାରା ଗଣ୍ଠି ଯନ୍ତ୍ରଣାରୁ ଆରାମ ମିଳିବ। ମେଥି ପେଟ ପାଇଁ ବହୁତ ଲାଭଦାୟକ। ଏହା କୋଷ୍ଠକାଠିନ୍ୟରୁ ମଧ୍ୟ ଆରାମ ଦେଇଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।
ଫ୍ଲେକ୍ସସିଡ୍ ବା ଅଳସି – ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ଗୋଟିଏ ଚାମଚ ଅଳସି ଖାଇବା ଉଚିତ। ଏହାର ମଞ୍ଜିକୁ ରାତି ସାରା ପାଣିରେ ବତୁରାଇ ସକାଳେ ସେବନ କରନ୍ତୁ। ଏହା ଫାଇବର, ଆୟରନ, ପ୍ରୋଟିନରେ ଭରପୁର। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
କିସମିସ – କିସମିସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପାଦେୟ। ଏଥିରେ ଭରପୁର ମାତ୍ରାରେ ଆୟରନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି। ସ୍ୱାସ୍ଥ୍ୟ ପାଇଁ ଏହା ଏକ ବରଦାନ ସଦୃଶ। କିସମିସକୁ ବତୁରାଇ ସକାଳେ ଖାଇଲେ ତ୍ୱଚା ମଧ୍ୟ ଚିକ୍କଣ ହୋଇଥାଏ। ଅଧିକାଂଶ ମହିଳାଙ୍କ ମଧ୍ୟରେ ଆୟରନ ଅଭାବ ଦେଖାଦେଇଥାଏ। ବତୁରା ହୋଇଥିବା କିସମିସ ଆୟରନ ଅଭାବ ଦୂର କରିଥାଏ।
ପେସ୍ତା – ଅଧିକାଂଶ ଲୋକ ମସ୍ତିସ୍କକୁ ତୀକ୍ଷ୍ଣ ରଖିବାକୁ ସକାଳୁ ଉଠି ପେସ୍ତା ଖାଆନ୍ତି। ଏହା ମସ୍ତିସ୍କକୁ ସୁସ୍ଥ ରଖିଥାଏ। ମସ୍ତିସ୍କକୁ ସୁସ୍ଥ ରଖିବା ସହ ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରେ। ପେସ୍ତାରେ ଭରପୁର ମାତ୍ରାରେ ମ୍ୟାଗନେସିୟମ ଅଛି ଯାହା ରକ୍ତଚାପ ଓ କୋଲେଷ୍ଟ୍ରୋଲ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
Sign in
Sign in
Recover your password.
A password will be e-mailed to you.