ସ୍ୱାଧିକାର ନ୍ୟୁଜ() ଥରେ ଜଣେ ଯୋଗ ସାଧକ ନାନାସାହେବ ଚନେ୍ଦାରକରଙ୍କ ସହିତ ଶିରିଡି ଆସିଲେ । ପାତଂଜତି ଯୋଗସୂତ୍ର ତଥା ଯୋଗାଶାସ୍ତ୍ରର ଅନ୍ୟାନ୍ୟ ଗ୍ରନ୍ଥମାନ ସେ ଯଦିଓ ଅଧ୍ୟୟନ କରିଥିଲେ । ତେବେ ବ୍ୟାବହାରିକ ଅନୁଭନରୁ ବଂଚିତ ଥିଲେ । ମନ ଏକାଗ୍ର ହୋଇନପାରିବାରୁ ସେ ଅଳ୍ପ ସମୟ ପାଇଁ ମଧ୍ୟ ସମାଧି ଧାରଣ କରିପାରୁନଥିଲେ । ଯଦି ସାଇବାବାଙ୍କ କୃପା ପ୍ରାପ୍ତ ହୋଇଯାଏ । ତାହେଲେ ତାଙ୍କଠାରୁ ମଧ୍ୟ ଅଧିକ ସମୟ ସମାଧି ଲାଭ କରିବାର ଜ୍ଞାନ ପ୍ରାପ୍ତ ହୁଅନ୍ତା । ଏହିକଥା ମନରେ ବିଚାର କରି ସେ ଶିରିଡି ଆସିଲେ ଏବଂ ଯେତେବେଳେ ମସଜିଦରେ ପ୍ରବେଶକଲେ ସେ ବାବାଙ୍କୁ ବିଆଜ ସହିତ ରୁଟି ଖାଉଥିବାର ଦେଖି ତାଙ୍କ ମନରେ ଭାବନା ଆସିଲା କି କଂଚା ପିଆଜ ସହିତ ଶୁଖିଲା ରୁଟି ଖାଉଥିବା ଏହି ବ୍ୟକ୍ତି ମୋ ସମସ୍ୟାର କିପରି ସମାଧାନ କରିବେ ? ଅନ୍ତର୍ଦୁଷ୍ଟି ବଳରେ ବାବା ତୁରନ୍ତ ତାଙ୍କର ମନକଥା ଜାଣିନେଇ ନାନାସାହେବଙ୍କୁ କହିଲେ ନାନା, ଯାହାର ପିଆଜ ହଜମ କରିବାର ଶକ୍ତି ଥିବ, ସେ ହିଁ ତାକୁ ଖାଇବା, ଅନ୍ୟ କେହି ନୁହେଁ । ଏହି ଗୋଟିଏ ବାକ୍ୟରେ ଯୋଗୀଜଣକ ବିସ୍ମିତ ହୋଇ ସାଇଚରଣରେ ନିଜକୁ ସମର୍ପଣ କରିଦେଲେ । ଶୁଦ୍ଧ ଏବଂ ନିଷ୍କପଟ ଭାବରେ ସେ ନିଜର ସମସ୍ୟା ବାବାଙ୍କ ସମ୍ମୁଖରେ ଉପସ୍ଥାପନକରି ତାର ସମାଧାନ କରିବାକୁ ପ୍ରାର୍ଥନା କଲେ ଏବଂ ବାବାଙ୍କଠାରୁ ଉଦି ପ୍ରସାଦ ଗ୍ରହଣ କରି ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କଲେ ।