Odia News Portal

‘ସାଇ’ ନାମର ପ୍ରଥମ ସମ୍ବୋଧନ କେଉଁଠୁ, ଜାଣନ୍ତୁ

ସ୍ୱାଧିକାର ନ୍ୟୁଜ() ବରଯାତ୍ରା ଶିରିଡିରେ ପହଂଚି ଖଣ୍ଡୋବା ମନ୍ଦିର ନିକଟସ୍ଥ ମହାଲସାପତିଙ୍କ କ୍ଷେତଜମିରେ ଥିବା ଏକ ବରଗଛ ମୂଳରେ ଏକତ୍ର ହେଲେ । ଶଗଡ ଓ ଘୋଡାଗାଡିଗୁଡିକ ଖଣ୍ଡୋବା ମନ୍ଦିରର ଖୋଲା ପ୍ରାଙ୍ଗଣରେ ଏବଂ ସମସ୍ତ ଯାତ୍ରା ସେଠାରେ ସମ୍ମିଳିତ ହେବାକୁ ଲାଗିଲେ । ଖଣ୍ଡୋବା ମନ୍ଦିରର ପୂଜାରୀ ,ଭକ୍ତ ମହାଲସାପତି ଯୁବକ ଫକୀରଙ୍କୁ ଗାଡିରୁ ଓହ୍ଲାଇବାର ଦେଖିବା କ୍ଷଣି ତାଙ୍କୁ ‘ ୟା ସାଇ’(ଆସନ୍ତୁ ସାଇ ସାଇ) କହି ସ୍ୱାଗତ କଲେ । ସେହିଦିନ ଠାରୁ ସମସ୍ତେ ତାଙ୍କୁ ସାଇ ନାମରେ ସମ୍ବୋଧନ କରିବାକୁ ଲାଗିଲେ ଓ କାଳକ୍ରମେ ସେ ସାଇବାବା ନାମରେ ସର୍ବବିଦିତ ହେଲେ ।