ସ୍ୱାଧିକାର ନ୍ୟୁଜ() ଏବେ ଆମେ ଭିକ୍ଷାବୃତ୍ତିର ଆବଶ୍ୟକତା ବିଷୟରେ ବିଚାର କରିବା ସମ୍ଭବତଃ କିଛି ଲୋକଙ୍କ ମନରେ ସନେ୍ଦହ ଉପôନ୍ନ ହୋଇପାରେ ଯେ ବାବା ଜଣେ ସନ୍ଥପୁରୁଷ ହୋଇଥିଲେ ମଧ୍ୟ ଆଜୀବନ କାହିଁକି ଭିକ୍ଷାବୃତ୍ତି ଦ୍ୱାରା ନିର୍ବାହ କରୁଥିଲେ ? ତେବେ ଆସନ୍ତୁ ଜାଣିବା ଏହାର କାରଣ …
ଶାନ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି କାମିନୀ(ବଂଶବୃଦ୍ଧି),କାଂଚନ(ଧନ ସମ୍ପଦ), ଏବଂ କୀର୍ତ୍ତି(ଯଶ,ସମ୍ମାନ) ଆଦି ତ୍ୟାଗକରି ଆସକ୍ତିମୁକ୍ତ ହୋଇ ସନ୍ନ୍ୟାସ ଗ୍ରହଣ କରିଥାଆନ୍ତି, ସେହିମାନେ ହିଁ ଭିକ୍ଷାବୃତ୍ତିର ଉପଯୁକ୍ତ ଅଧିକାରୀ । ସେମାନେ ସ୍ୱଗୃହରେ ଭୋଜନ ପ୍ରସ୍ତୁତି କରନ୍ତି ନାହିଁ ,ଏଣୁ ସେମାନଙ୍କୁ ଭୋଜନ କରାଇବାର ଦାୟିତ୍ୱ ଗୃହସ୍ଥମାନଙ୍କ ଉପରେ ନ୍ୟସ୍ତଥାଏ । ସାଇବାବା ଗୃହସ୍ଥ ବା ବାନପ୍ରସ୍ଥୀ ନଥିଲେ । ସେ ଆଜନ୍ମ ବ୍ରହ୍ମଚାରୀ ଥିଲେ । ତାଙ୍କର ଦୃଢ ବିଶ୍ୱାସ ଥିଲା ଯେ ବିଶ୍ୱ ହିଁ ତାଙ୍କର ବାସସ୍ଥାନ । ସେ ସ୍ୱୟଂ ଭଗବାନ ବାସୁଦେବ,ବିଶ୍ୱ ପାଳନକର୍ତ୍ତା ତଥା ପରଂବ୍ରହ୍ମ ସ୍ୱରୁପ ଥିଲେ । ସେଥିପାଇଁ ସେ ଭିକ୍ଷା ଅର୍ଜନର ପୂର୍ଣ୍ଣ ଅଧିକାରୀ ଥିଲେ ।