ସ୍ୱାଧିକାର ନ୍ୟୁଜ() ସାଇ ବାବାଙ୍କ ଚମକ୍ରାରିତା ବିଷୟରେ ସମସ୍ତ ଅଳ୍ପବହୁତେ ଜାଣନ୍ତି । କିନ୍ତୁ ବାବା ପାଣିକୁ ତେଲରେ ପରିଣତ କରିବା ଏକ ବିସ୍ମୟକର ଘଟଣା ହୋଇଥିଲେ ମଧ୍ୟ ସାଇ ବାବା ତାଙ୍କ ଚମକ୍ରାରିତା ବଳରେ କିପରି ପାଣିକୁ ତେଲରେ ପରିଣତ କରିପାରିଥିଲେ ଆସନ୍ତୁ ଜାଣିବା ।
ବାବା ଦୀପ ଜଳାଇବାକୁ ସର୍ବଦା ପସନ୍ଦ କରୁଥିଲେ । ସେ ଦୋକନୀମାନଙ୍କ ଠାରୁ ତେଲ ମାଗିଆଣୁଥିଲେ ଏବଂ ମସଜିଦରେ ରାତି ତମାମ ଦୀପ ଜଳାଇରଖୁଥିଲେ । ଏକଦା ତେଜରାତୀ ଦୋକାନୀ ମାନେ ପରସ୍ପର ଭିତରେ କଥାହୋଇ ବାବାଙ୍କୁ ତେଲ ନଦେବା ପାଇଁ ମନସ୍ଥ କଲେ । ବାବା ସେମାନଙ୍କୁ ତେଲ ମାଗିବାରୁ ସେମାନେ ବାବାଙ୍କୁ ମନାକରିଦେଲେ । ବାବା ତିଳେମାତ୍ରେ ବିଚଳିତ ନ ହୋଇ ମସଜିଦକୁ ଫେରିଆସିଲେ ଏବଂ ଦୀପଗୁଡିକରେ ଶୁଖିଲା ସଳିତା ସଜାଇବାକୁ ଲାଗିଲେ । ଦୋକନୀ ମାନେ କୌତୂହଳୀ ହୋଇ ବାବାଙ୍କ ଉପରେ ନଜର ରଖିଥିଲେ । ବାବା ନିଜର ଟିଣ ପାତ୍ରଟିରେ (ଯେଉଁଥିରେ କି କିଛି ବୁନ୍ଦା ତେଲ ଥିଲା ) ପାଣି ଭରିଦେଲେ ଏବଂ ତାହାକୁ ନିଜ ପାଟିରେ ପୂରାଇ ପୁଣି ଟିଣପାତ୍ର ମଧ୍ୟରେ କାଢିଦେଲେ । ଏହିପରି ଟିଣପାତ୍ରଟିକୁ ଜଳରେ ଭରି ବାବା ସେହି ଦୀପଗୁଡିକରେ ଢାଳି ଦୀପଗୁଡିକୁ ଜଳାଇଦେଲେ । ଦୀପଗୁଡିକ ସାରା ରାତି ଜଳିବାର ଦେଖି ଦୋକାନୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ପରେ ପଶ୍ଚାତ୍ତାପ କରି ବାବାଙ୍କ ନିକଟରେ କ୍ଷମାପ୍ରାର୍ଥନା କଲେ । ବାବା ସେମାନଙ୍କୁ କ୍ଷମାଦେଇ ଭବିଷ୍ୟତରେ ସତ୍ୟ କହିବା ପାଇଁ ଉପଦେଶ ଦେଲେ ।