Odia News Portal

ନିୟମିତ ହେବ ଠିକା ଡାଟାଏଣ୍ଟ୍ରି ଅପରେଟର

ରାଜ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର। ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ କାର୍ଯ୍ୟରତ ଅଛନ୍ତି ଡାଟାଏଣ୍ଟ୍ରି ଅପରେଟର।

ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଲୋକାଲ ଫଣ୍ଡ ଅଡିଟ୍, ସବ୍‌ରେଜିଷ୍ଟ୍ରୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର୍ ରହିଛନ୍ତି। ୩ ମାସ ମଧ୍ୟରେ ନିୟମିତ କରିବା ସହ ସମସ୍ତ ସୁବିଧା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଠିକା କର୍ମଚାରୀଙ୍କୁ ନିୟମିତ ନେଇ ଥିବା ମାପଦଣ୍ଡରେ ନିୟମିତ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ୧୫୦୦ରୁ ଅଧିକ ଠିକା କର୍ମଚାରୀ ଉପକୃତ ହେବେ।