ମହାଭାରତରେ କୌରବ ସେନାରେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଭଳି ମହାରଥୀ ଥିଲେ । ଏଥିପାଇଁ ଦୁର୍ଯ୍ୟେଧନଙ୍କୁ ଲାଗୁଥିଲା କି ସେ ସହଜରେ ପାଣ୍ଡବଙ୍କୁ ଯୁଦ୍ଧରେ ହରାଇଦେବେ । କିନ୍ତୁ ପାଣ୍ଡବଙ୍କ ପକ୍ଷରେ ସ୍ୱୟଂ ଶ୍ରୀକୃଷ୍ଣ ଥିଲେ । ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ଯୁଦ୍ଧ ହେବା ପୂର୍ବରୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ କି ହନୁମାନଜୀଙ୍କୁ ପ୍ରାର୍ଥନା କର ଏବଂ ନିଜ ରଥ ଉପର ଉପର ଧ୍ୱଜାରେ ବିରାଜିତ କର । ଶ୍ରୀକୃଷ୍ଣଙ୍କ କଥା ମାନି ଅର୍ଜୁନ ଠିକ୍ ସେପରି କଲେ । ତେବେ ଆସନ୍ତୁ ଜାଣିବା ଅର୍ଜୁନଙ୍କ ରଥ ସହିତ ଜଡିତ କିଛି ପ୍ରଚଳିତ ତଥା ରୋଚକ କଥା….
ଅର୍ଜୁନଙ୍କ ରଥ ଶ୍ରୀକୃଷ୍ଣ ଚଲାଉଥିଲେ । ଏବଂ ସ୍ୱୟଂ ଶେଷନାଗ ରଥର ଚକକୁ ଧରି ରଖିଥିଲେ ଯାହା ଫଳରେ ଦିବ୍ୟାସ୍ତ୍ରର ପ୍ରହାରରେ ମଧ୍ୟ ରଥ ପଛକୁ ଯାଉନଥିଲା । ଅର୍ଜୁନଙ୍କ ରଥର ରକ୍ଷା ଶ୍ରୀକୃଷ୍ଣ, ହନୁମାନଜୀ ଓ ଶେଷନାଗ କରୁଥିଲେ । ଯେତେବେଳେ ଯୁଦ୍ଧ ସମାପ୍ତ ହୋଇଗଲା ସେତେବେଳେ ଅର୍ଜୁନ ଶ୍ରୀକୃଷ୍ଣକୁ କହିଲେ କି ପ୍ରଥମେ ଆପଣ ଓହ୍ଲାଇ ଯାଆନ୍ତୁ ମୁଁ ପରେ ଓହ୍ଲାଇବି । କିନ୍ତୁ ଶ୍ରୀକୃଷ୍ଣ କହିଲେ କି ନାହିଁ ଅର୍ଜୁନ ପ୍ରଥମେ ତୁମେ ରଥରୁ ଓହ୍ଲାଇଯାଅ ।
ଭଗବାନ ଶ୍ରୀକୃଷ୍ଣଙ୍କ କଥା ମାନି ଅର୍ଜୁନ ରଥରୁ ଓହ୍ଲାଇଗଲେ । ଏହା ପରେ ଶ୍ରୀକୃଷ୍ଣ ମଧ୍ୟ ରଥରୁ ଓହ୍ଲାଇଗଲେ । ଶେଷନାଗ ପାତାଳଲୋକ ଚାଲିଗଲେ ଏବଂ ହନୁମାନ ରଥ ଉପରୁ ଅର୍ନ୍ତଧ୍ୟାନ ହୋଇଗଲେ । ଯେମିତି ହିଁ ସମସ୍ତେ ରଥରୁ ଓହ୍ଲାଇଗଲେ ରଥ ଅଗ୍ନିରେ ଭସ୍ମ ହୋଇଗଲା । କିଛି ସମୟ ମଧ୍ୟରେ ରଥଟି ନିଆଁରେ ସମ୍ପୂର୍ଣ୍ଣ ଜଳିଗଲା । ଏହା ଦେଖି ଅର୍ଜୁନ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଶ୍ରୀକୃଷ୍ଣକୁ ପଚାରିଲେ କି ଭଗବାନ ଏମିତି କେମିତି ହେଲା ? ଶ୍ରୀକୃଷ୍ଣ କହିଲେ କି ଏହି ରଥ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଓ କର୍ଣ୍ଣଙ୍କ ଦିବ୍ୟାସ୍ତ୍ରର ପ୍ରହାରରେ ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା । ଏହି ରଥରେ ହନୁମାନ ବିରାଜମାନ ଥିଲେ, ମୁଁ ନିଜେ ସାରଥୀ ଥିଲି, ଏହି କାରଣରୁ ରଥ କେବଳ ମୋ ସଙ୍କଳ୍ପ ଯୋଗୁଁ ଚାଲୁଥିଲା । ଏବେ ଏହି ରଥର କାମ ପୂରା ହୋଇସାରିଛି । ଏଥିପାଇଁ ମୁଁ ଏହି ରଥ ଛାଡିଦେଲି ଏବଂ ଏହା ଭସ୍ମ ହୋଇଗଲା ।