Odia News Portal

ଆଜି ମଧ୍ୟ ଜୀବିତ ଅଛନ୍ତି ଭଗବାନ ପର୍ଶୁରାମ , କେଉଁଠି କେଉଁ ରୂପରେ ଜାଣନ୍ତୁ

ଭୁବନେଶ୍ୱର() ହିନ୍ଦୁ ଧର୍ମ ଅନୁଯାୟୀ ପର୍ଶୁରାମ ଭଗବାନ ବିଷ୍ଣୁଙ୍କ ସଂସ୍ଥା ଅବତାର । ସେ ତ୍ରେତେୟା ଯୁଗରେ ଜଣେ ବ୍ରାହ୍ମଣ ଋଷିଙ୍କ ଘରେ ଜନ୍ମ ହୋଇଥିଲେ । ପୌରାଣିକ ତଥ୍ୟ ଅନୁଯାୟୀ, ମହର୍ଷି ଯମଦଗ୍ନିଙ୍କ ଦ୍ୱାରା ସମ୍ପର୍ଣ୍ଣ ପୁତ୍ରୋଷ୍ଟି ଯଜ୍ଞରୁ ପ୍ରସନ୍ନ ହୋଇ ଦେବରାଜ ଇନ୍ଦ୍ରଙ୍କ ବରଦାନ ସଦୃଶ୍ୟ ପତ୍ନୀ ରେଣୁକାଙ୍କ ଗର୍ଭରୁ ପର୍ଶୁରାମଙ୍କ ଜନ୍ମ ହୋଇଥିଲା । ସେ ଜଣେ ବ୍ରାହ୍ମଣ ରୂପରେ ଜନ୍ମ ନେଇଥିଲେ କିନ୍ତୁ କର୍ମରେ ଜଣେ କ୍ଷତ୍ରିୟ ଥିଲେ ।
ଭଗବାନ ପର୍ଶୁରାମ ଏତେ ନ୍ୟାୟାଵାନ ଥିଲେ ଯେ ତାଙ୍କ ଆଗମନରେ ହିଁ ସମସ୍ତ ପ୍ରଜା ନିର୍ଭୟ ହେଇଯାଉଥିଲେ । ସେ ସାମାଜିକ ସମାନତା, ମାନବ କଲ୍ୟାଣର ପକ୍ଷଧାର ଥିଲେ ।

ମହର୍ଷି ରୃଚିକ ଭଗବାନ ବିଷ୍ଣୁଙ୍କ ଦ୍ୱାରା ପ୍ରାପ୍ତ କରିଥିବା ସାରଙ୍ଗ ଧନୁ ନିଜ ପୁତ୍ର ପର୍ଶୁରାମଙ୍କୁ ପ୍ରଦାନ କରିଥିଲେ । ବ୍ରହ୍ମର୍ଷି କଶ୍ୟପ ତଥା ମହର୍ଷି ବିଶ୍ଵାମିତ୍ରଙ୍କ ଠାରୁ ଶିକ୍ଷା ପ୍ରାପ୍ତ କରି ପର୍ଶୁରାମ ସମସ୍ତ ଶସ୍ତ୍ର ଏବଂ ଶାସ୍ତ୍ର ଜ୍ଞନ ପ୍ରାପ୍ତ କରିଥିଲେ ।ପର୍ଶୁରାମ ସର୍ବଦା ନିଜ ଗୁରୁଜନ ତଥା ମାତା ପିତାଙ୍କ ଆଜ୍ଞା ପାଳନ କରୁଥିଲେ । ପର୍ଶୁରାମ ପିତୃଭକ୍ତି ଫଳସ୍ୱରୂପ ଅସ୍ତ ଚିରଞ୍ଜିବି ମଧ୍ୟରେ ସ୍ଥାନ ପ୍ରାପ୍ତ କରିଥିଲେ । ଅର୍ଥାତ ସେ ଆଜି ମଧ୍ୟ ଜୀବିତ ଅଛନ୍ତି । ତାଙ୍କ ଯୋଗ ଏବଂ ତପସ୍ୟା ବଳ ଦ୍ୱାରା ସମସ୍ତ ବହୁ ମଣ୍ଡଳ ତଥା ୩ ଲୋକ ପରିଚିତ ।

ଶସ୍ତ୍ର ଏବଂ ଶାସ୍ତ୍ର ଜ୍ଞାନର ପ୍ରୟୋଗ କେବଳ ମାନବ କଲ୍ୟାଣ ପାଇଁ ହେଉ ସେଥିପାଇଁ ଭଗବାନ ବ୍ୟବସ୍ଥା କରିଥିଲେ । ଅଧର୍ମ ପ୍ରତି ସଦା କ୍ରୋଧ ପରାୟଣ ରହୁଥିବା ପର୍ଶୁରାମ ଅଶ୍ୱମେଧ ଯଜ୍ଞ ଆୟୋଜନ କରି ସପ୍ତଦ୍ୱୀପ ଯୁକ୍ତ ପୃଥିବୀ ମହର୍ଷି କଶ୍ୟପଙ୍କୁ ଦାନ କରିଥିଲେ । ମହର୍ଷି କଶ୍ୟପଙ୍କ ଆଦେଶାନୁସାରେ ସେ ସ୍ୱୟଂ ମହେନ୍ଦ୍ର ପର୍ବତ ଚାଲି ଯାଇଥିଲେ । ଆଜି ମଧ୍ୟ ପର୍ଶୁରାମ ମହେନ୍ଦ୍ର ପର୍ବତରେ ବାସ କରୁଥିବା ବିଶ୍ୱାସ ରହିଛି ।