Odia News Portal

ଭାରତରେ ପ୍ରବେଶ କଲା ଓମିକ୍ରନ

କରୋନାର ନୂଆ ଭୁତାଣୁ ଓମିକ୍ରନକୁ ନେଇ ବିଶ୍ୱବାସୀଙ୍କ ଚିନ୍ତା ବଢିଥିବା ବେଳେ ଭାରତ ଛୁଇଁଛି ଓମିକ୍ରନ ଭୂତାଣୁ । ଭାରତକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ୨୯ ଟି ଦେଶରେ କାୟା ମେଲାଇସାରିଛି ଓମିକ୍ରନ । କରୋନାର ଏହି ନୂଆ ଭାରିଆଣ୍ଟ ଏଯାଏଁ ମୋଟ୍ ୨୯ଟି ଦେଶର ୩୭୩ ଲୋକଙ୍କୁ ସଂକ୍ରମିତ କରିସାରିଲାଣି ।

ସେପଟେ ଓମିକ୍ରନ ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖରୁ ଚାଲିବାକୁ ଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ବିମାନବନ୍ଦର ଗୁଡିକରେ କୋଭିଡ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର ।