ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ।
ମେଷ:
ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ବନ୍ଧୁତା ହେଉ କି ପ୍ରେମ, ସବୁଥିରେ ଏମାନେ ଆଗୁଆ। ସବୁପ୍ରକାର ସମ୍ପର୍କକୁ ବଜାୟ ରଖିବାରେ ଏମାନେ ହୋଇଥାନ୍ତି ମାହିର୍। ଯଦି ଏମାନେ କାହାକୁ ଭଲ ପା’ନ୍ତି, ତେବେ ନିଷ୍ଠାର ସହ ହିଁ ଭଲ ପାଇଥା’ନ୍ତି। ଏମାନେ ଯେଭଳି ନିଜ ସାଥୀକୁ ପ୍ରେମ କରନ୍ତି, ସାଥୀଙ୍କ ଠାରୁ ବି ସେହିଭଳି ପ୍ରେମର ଆଶା ରଖନ୍ତି। ଏମାନଙ୍କୁ ନିଜ ସ୍ୱାଧୀନତା ବେଶ ପ୍ରିୟ ହୋଇଥାଏ। ତେଣୁ ଯଦି ବାହାଘର ପରେ ଆପଣ ଏମାନଙ୍କୁ ନିଜ ଇଚ୍ଛା ଅନୁସାରେ ଦବାଇ ରଖିବାକୁ ଚାହାନ୍ତି, ତେବେ ଆପଣଙ୍କ ସମ୍ପର୍କ ଆଉ ଆଗକୁ ଯାଇପାରିବ ନାହିଁ।
ବୃଷ:
ଏହି ରାଶିର ବ୍ୟକ୍ତି ଯଦି କାହାକୁ ହୃଦୟରେ ସ୍ଥାନ ଦେଇ ଦିଅନ୍ତି, ତେବେ ସେମାନଙ୍କୁ କେବେ ଧୋକା ଦିଅନ୍ତି ନାହିଁ। ହେଲେ ଏଭଳି ରାଶିର ବ୍ୟକ୍ତିଙ୍କୁ ସମ୍ପୁର୍ଣ୍ଣ ରୂପେ ନିଜର କରିବା ସହଜ କଥା ନୁହେଁ। ଏମାନେ ବହୁତ ଶାନ୍ତ ହୋଇଥା’ନ୍ତି। ତେଣୁ ଏମାନଙ୍କ ସାଥୀ ଯଦି ରାଗି ହୋଇଥା’ନ୍ତି, ତେବେ ଉଭୟଙ୍କ ମଧ୍ୟରେ ପଡିନଥାଏ। ଏମାନେ ଧନୁ ରାଶିର ବ୍ୟକ୍ତିଙ୍କୁ ବାହା ହେବା ଉଚିତ୍ ନୁହେଁ।
ମୀନ:
ରୋମାନ୍ସ ଏମାନଙ୍କ ଭିତରେ ଭରି ଭରି ରହିଥାଏ। ଯଦି ଆପଣଙ୍କ ସାଥୀଙ୍କ ରାଶି ମୀନ ହୋଇଥାଏ, ତେବେ ଆପଣ ଭ୍ୟାଗ୍ୟଶାଳୀ। କାରଣ ପ୍ରେମକୁ ପରିପ୍ରକାଶ କରିବା ଓ ସମ୍ପର୍କ ବଜାୟ ରଖିବା ଏହି ରାଶିର ବ୍ୟକ୍ତିଙ୍କଠାରୁ ଶିଖିବା ଉଚିତ୍। ପ୍ରେମ ପରୀକ୍ଷାରେ ଏମାନେ ସବୁବେଳେ ୧୦୦ ରୁ ୧୦୦ ମାର୍କ ରଖନ୍ତି। ହେଲେ ଏମାନେ ଅନେକ କୋମଳ ହୃଦୟର। ଯଦି ଏମାନଙ୍କୁ ଅନୁଭବ ହୁଏ ଯେ ତାଙ୍କ ସାଥୀ ତାଙ୍କୁ ସେତିକି ଗୁରୁତ୍ୱ ଦେଉନାହାନ୍ତି, ତେବେ ଏମାନେ ଭାଙ୍ଗି ପଡ଼ନ୍ତି। କାରଣ ଏମାନେ ସବୁବେଳେ ହୃଦୟରୁ ଭାବନ୍ତି। ଏମାନଙ୍କୁ କନ୍ୟା ରାଶି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ୍। କାରଣ କନ୍ୟା ରାଶିର ବ୍ୟକ୍ତିମାନେ ହୃଦୟରୁ ନୁହେଁ, ବରଂ ମସ୍ତିଷ୍କରୁ ଚିନ୍ତା କରିଥାନ୍ତି।
କର୍କଟ:
ଭାବନାର ଗଭୀର ସାଗର ହେଉଛନ୍ତି କର୍କଟ ରାଶିର ବ୍ୟକ୍ତି। ଏମାନେ ଯେବେ କାହା ପ୍ରେମରେ ପଡ଼ନ୍ତି, ତେବେ ପୂର୍ଣ୍ଣରୂପରେ ସେମାନଙ୍କର ହୋଇ ଯା’ନ୍ତି। କିନ୍ତୁ ଯେଉଁ ଲୋକମାନେ କେବଳ ନିଜ କଥା ହିଁ ଭାବନ୍ତି ଓ ନିଜ ଦୁନିଆରରେ ହିଁ ବଞ୍ଚନ୍ତି, ସେମାନଙ୍କ ସହ କର୍କଟ ରାଶିଧାରୀ ବ୍ୟକ୍ତିଙ୍କର ପଡ଼େ ନାହିଁ। ତେଣୁ ଏମାନେ କେବେ ହେଲେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।
Sign in
Sign in
Recover your password.
A password will be e-mailed to you.