ଦାମ୍ପତ୍ୟ ଜୀବନ ସୁଖମୟ କରିବା ପାଇଁ କିଛି ଉପାୟ ରହିଛି। ସେହି ଉପାୟ ଗୁଡିକ ମାନିବା ଦ୍ବାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ସେହି ଉପାୟ ସମ୍ବନ୍ଧରେ ..
ଶୁକ୍ରବାର ଦିନ ସ୍ବାମୀ-ସ୍ତ୍ରୀ ଏକାସହ ଫୁଲ କିଣି ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ଉଚିତ୍।
କେବଳ ଗୋଲାପୀ ଓ ଧଳା ରଙ୍ଗର ଫୁଲ କିଣି ନିଜର ଶୟନ କକ୍ଷରେ ସଜାଇ ରଖନ୍ତୁ।
ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଉଭୟ ଶୁଅନ୍ତୁ।
କେବେ ବି ଶୟନ କକ୍ଷରେ ଭୁଲରେ କୌଣସି ଦେବାଦେବୀଙ୍କ ଫଟୋ ଲଗାନ୍ତୁ ନାହିଁ।
ଯେକୌଣସି ଶୁକ୍ରବାର ଦିନ ସୁଗନ୍ଧିତ ଅତର କିମ୍ବା ପରଫ୍ୟୁମ୍ କିଣନ୍ତୁ।
ସ୍ବାମୀ-ସ୍ତ୍ରୀ କିଣିଥିବା ଅତରକୁ ପ୍ରଥମେ ଭଗବାନଙ୍କୁ ଅର୍ପଣ କରି ତାପରେ ନିଜେ ବ୍ୟବହାର କରନ୍ତୁ।
ଅଧିକ ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।
ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାର ଉପାୟ :
ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଧଳା ରଙ୍ଗର ମିଷ୍ଠାନ୍ନ ଭୋଗ ଲଗାନ୍ତୁ।
ଏହାପରେ ସେହି ପ୍ରସାଦକୁ ନିଜେ ସେବନ କରନ୍ତୁ।
ଶୁକ୍ରବାର ଦିନ କୌଣସି ଖଟା ଜିନିଷ ଖାଆନ୍ତୁ ନାହିଁ।
ସ୍ତ୍ରୀ ସର୍ବଦା ସୁନାର ମୁଦି ଓ ସ୍ବାମୀ ସର୍ବଦା ରୂପାର ମୁଦି ଧାରଣ କରିବା ଉଚିତ୍।