Odia News Portal

ବ୍ରହ୍ମଚାରୀ ନୁହନ୍ତି ହନୁମାନ

ସ୍ୱାଧିକାର ନ୍ୟୁଜ () ସାରା ଦୁନିଆ ହନୁମାନ ଙ୍କୁ ବାଳ ବ୍ରହ୍ମଚାରୀ ବୋଲି ଜାଣିଚି । ଆପଣ ଜାଣିଛନ୍ତି କି ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ?
ହନୁମାନଙ୍କ ସମସ୍ତ ଭକ୍ତ ତାଙ୍କୁ ବ୍ରହ୍ମଚାରୀ ବୋଲି ବିଶ୍ୱାସ କରନ୍ତି । ରାମାୟଣ, ରାମଚରିତ ମାନସରେ ମଧ୍ୟ ହନୁମାନଙ୍କ ଏହି ରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । କିନ୍ତୁ ପରାଶର ସଂହିତାରେ ହନୁମାନଙ୍କ ବିବାହ ସମ୍ବନ୍ଧରେ ଉଲ୍ଲେଖ ରହିଛି ।

ହନୁମାନ ବିବାହ କରିଥିଲେ କିନ୍ତୁ ଏହାର ମାନେ ନୁହଁ ଯେ ସେ ବାଳ ବ୍ରହ୍ମଚାରୀ ନୁହନ୍ତି । ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ଏବଂ ସେ ଵାଲା ବ୍ରହ୍ମଚାରୀ ମଧ୍ୟ ଥିଲେ । କିଛି ବିଶେଷ ପରିସ୍ଥିତିରେ ପଡି ତାଙ୍କୁ ସୂବର୍ଚ୍ଚଲାଙ୍କୁ ବିବାହ କରିବାକୁ ପଡିଥିଲା ।

ହନୁମାନ ସୂର୍ୟ୍ୟ ଭଗବାନଙ୍କୁ ନିଜ ଗୁରୁ ମାନୁଥିଲେ । ସେ ସୂର୍ୟ୍ୟଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ । ତେବେ ଭଗବାନ ସୂର୍ୟ୍ୟ କେଉଁଠି ଅଟକି ପରିବେନାହିଁ ବୋଲି ହନୁମାନଙ୍କୁ ସବୁବେଳେ ସୂର୍ୟ୍ୟଙ୍କ ରଥ ସହ ଉଡିବାକୁ ପଡୁଥିଲା । ସୂର୍ୟ୍ୟ ଭଗବାନ ତାଙ୍କୁ ବିଭିନ୍ନ ବିଦ୍ୟା ସମ୍ପର୍କରେ ଜ୍ଞାନ ଦେଉଥିଲେ । ହନୁମାନଙ୍କୁ ଜ୍ଞାନ ଦେବା ସମୟରେ ସୂର୍ୟ୍ୟଙ୍କ ସାମ୍ନାରେ ଏକ ଧର୍ମ ସଙ୍କଟ ପରିସ୍ଥିତି ଛିଡା ହୋଇଥିଲା । ସମୁଦାୟ ୯ଟି ଶିକ୍ଷା ମଧ୍ୟରୁ ସୂର୍ୟ୍ୟ ହନୁମାନଙ୍କୁ ୫ଟି ଶିକ୍ଷା ଦେଇଥିଲେ । ଅନ୍ୟ ୪ଟି ବିଦ୍ୟା କେବଳ ବିବାହିତମାନଙ୍କ ପାଇଁ ଥିଲା । ହନୁମାନ ସମ୍ପୂର୍ଣ ଶିକ୍ଷା ନେବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ ।

ଏତିକିବେଳେ ସୂର୍ୟ୍ୟଙ୍କ ସାମ୍ନାରେ ଧର୍ମ ସଙ୍କଟ ପରିସ୍ଥିତି ଛିଡା ହୋଇଥିଲା । ଧର୍ମର ଅନୁଶାସନ କାରଣ ଯୋଗୁଁ ସେ କୌଣସି ଅବିବାହିତଙ୍କୁ ଏହି ୪ଟି ବିଶେଷ ବିଦ୍ୟା ସମ୍ପର୍କରେ ଜ୍ଞାନ ଦେଇପାରିବେ ନାହିଁ । ଏଭଳି ପରିସ୍ଥିତିରେ ସୂର୍ୟ୍ୟ ହନୁମାନଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଇଥିଲେ । ନିଜ ପ୍ରତିଜ୍ଞା ଏବଂ ସମସ୍ତ ବିଦ୍ୟା ଗ୍ରହଣ କରିବା ପାଇଁ ହନୁମାନ ବିବାହ କରିବା ପାଇଁ ରାଜି ହୋଇଥିଲେ । ତେବେ ହନୁମାନଙ୍କ ପାଇଁ କନ୍ୟା କେଉଁଠାରୁ ଖୋଜାଯିବ, ସେ କାହାକୁ ବିବାହ କରିବେ ସେନେଇ ସମସ୍ତେ ଚିନ୍ତିତ ଥିଲେ । ଏଭଳି ପରିସ୍ଥିତିରେ ସୂର୍ୟ୍ୟ ତାଙ୍କୁ ରାସ୍ତା ଦେଖାଇଥିଲେ । ସେ ନିଜର ଜଣେ ତପସ୍ୱୀ ଏବଂ ତେଜସ୍ୱିଙ୍କ ପୁତ୍ରୀ ସୂବର୍ଚ୍ଚଲାଙ୍କ ସହ ହନୁମାନଙ୍କ ବିବାହ କରାଇ ଦେଇଥିଲେ । ଏହାପରେ ହନୁମାନ ନିଜ ଶିକ୍ଷା ସମ୍ପୂର୍ଣ କରିଥିଲେ ଏବଂ ତାଙ୍କ ପତ୍ନୀ ସୂବର୍ଚ୍ଚଲା ସର୍ବଦା ପାଇଁ ନିଜ ତପସ୍ୟାରେ ଲୀନ ହୋଇଗଲେ । ହନୁମାନ ବିବାହ ବନ୍ଧନରେ ବାନ୍ଧି ହୋଇ ମଧ୍ୟ ସବୁଦିନ ପାଇଁ ବ୍ରହ୍ମଚାରୀ ହୋଇ ରହିଲେ ।

ପରାଶର ସଂହିତା ଅନୁଯାୟୀ, ସୂର୍ୟ୍ୟଦେବ ନିଜେ କହିଥିଲେ ଯେ, ଏହି ବିବାହ କେବଳ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ହୋଇଥିଲା ।