ଭୁବନେଶ୍ବର: ଲୋକମାନେ ବିଶେଷ କରି ଗୁଜୁରାତି କିମ୍ୱା ପାନମଧୁରୀ ପାଟିର ସ୍ଵାଦ ବଦଳାଇବା ପାଇଁ ଏହି ସବୁ ଜିନିଷ ଖାଇଥାନ୍ତି । କିନ୍ତୁ ଏଥିରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଥାଏ,ଯାହା ସ୍ୱାସ୍ଥ୍ୟକୁ ଫିଟ୍ ରଖିଥାଏ । ଏଥି ସହିତ ନିଶା ସମସ୍ୟାକୁ ମଧ୍ୟ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ବ୍ୟବହାର ଦ୍ୱାରା ନିଶା ସେବନ ବା ନିକୋଟିନ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

ସିଗାରେଟ୍ ର ଧୁଆଁ ନିଶ୍ୱାସ ଦ୍ୱାରା ଶରୀରକୁ ଯିବା ଦ୍ୱାରା ଶରୀରର ଅନେକ କ୍ଷତି ପହଞ୍ଚି ଥାଏ । ଏହାକୁ ସେବନ କରିବା ଦ୍ୱାରା ରକ୍ତଚାପ ବଢିଥାଏ, ଶ୍ୱାସକ୍ରିୟା ତୀବ୍ର ହେବାକୁ ଲାଗିଥାଏ, ଫୁସଫୁସକୁ କ୍ଷତି ପହଞ୍ଚାଇବା ସହିତ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ତେଣୁ ଯଦି ଆପଣ ଏହି ନିଶା ଛାଡିବାକୁ ଚାହୁଁଥାନ୍ତି ତେବେ ଏହା ବଦଳରେ ଆପଣ ଗୁଜୁରାତି କିମ୍ବା ପାନମଧୁରୀ ବ୍ୟବହାର କରିପାରିବେ ।

ଏହାକୁ ଚୋବାଇ ବା ଦ୍ୱାରା ନିଶା ସେବନ ଅଭ୍ୟାସରୁ ମୁକ୍ତି ମିଳିଥାଏ।ଗୁଜୁରାତିରେ ଆଲଫା-ଟେର୍ପିନ୍, ଲିମୋନିନ୍, ମାଇକାନିନ ଏବଂ ମେଥୋଫୋନ୍ ଭଳି ପୋଷାକ ତତ୍ତ୍ୱ ଗୁଣ ରହିଥାଏ । ଏହାକୁ ଦିନକୁ ୪-୬ ଥର ଚୋବାନ୍ତୁ । ଏହି ନିଶା ଅଭ୍ୟାସ ଦୂର କରିବା ସହିତ ନିକୋଟିନ୍ ନମିଳିବା କାରଣରୁ ହେଉଥିବା ଅସ୍ଥିରତା ଏବଂ ଚିନ୍ତାରୁ ଆରାମ ଦେଇଥାଏ । ପାନମଧୁରୀ ମଧ୍ୟ ପୋଷକ ଏବଂ ଆୟୁର୍ବେଦିକ ଗୁଣରେ ଭରପୂର ହୋଇଥାଏ । ତେଣୁ ଏହାକୁ ଏକା ସାଥିରେ ଲଗାତାର ୭ ସପ୍ତାହ ଖାଇବା ଦ୍ୱାରା ନିଶା ଅଭ୍ୟାସରୁ ମୁକ୍ତି ମିଳିଥାଏ ।