ଭିଟାମିନ୍ ଏ, ଭିଟାମିନ୍ ବି ୧୨, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍,ଫ୍ୟାଟ୍,ଫାଇବର ଏବଂ ଆଇରନ ଏବଂ ଅନେକ ପୋଷକ ତତ୍ତ୍ୱରେ ଭରପୂର ଥିବା ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତିଦିନ ୧୦୦ ଗ୍ରାମ ପୋଇ ସାଗ ଖାଇବା ଦ୍ୱାରା ୧୦୦ ପ୍ରତିଶତ ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଶରୀରକୁ ମିଳିଥାଏ । ଏହି ଦୁଇ ପୋଷକ ତତ୍ତ୍ୱ ଷ୍ଟ୍ରଙ୍ଗ ଇମ୍ୟୁନିଟୀ ପାଇଁ ଜରୁରୀ ହୋଇଥାଏ ।
କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଆନେମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ ହୋଇଥାଏ ।
ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍, ଯାହା ଶରୀରରେ ଆଇରନ୍ ର ଅଭାବକୁ ଦୂର କରି କେଶ ଝଡ଼ିବା ରୋକିଥାଏ ।
ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ଚର୍ମ ଲୋଚାକୋଚା ହୋଇ ଯାଇଥିଲେ, ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ । ଧିରେ ଧିରେ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।
ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ । ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ ।
ପୋଇ ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ ହୋଇଥାଏ । ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ ।
ପୋଇ ସାଗରେ ମ୍ୟାଗ୍ନେସିୟମ ରହିଥାଏ । ଯାହା ନିଦ ନହେବା ସମସ୍ୟାକୁ ଦୂର କରିଥାଏ । ପୋଇ ସାଗ ଭଲ ନିଦ ପାଇଁ ବହୁତ ଜରୁରୀ ହୋଇଥାଏ ।