ମଲ୍ଲୀ ଫୁଲରେ ଭରୁପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ବି ରହିଛି। ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ। ଏହାକୁ କିପରି ବ୍ୟବହାର କଲେ ଆପଣଙ୍କ ତ୍ବଚା ଏହି ଲାଭ ପାଇପାରିବ, ଆସନ୍ତୁ ଜାଣିବା।
ଚିକ୍କଣ ଚର୍ମ: ମଲ୍ଲୀ ଫୁଲ ପ୍ୟୁରି ପ୍ୟୁରୀ ବା ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍କୁ ଡିପ୍ ମଶ୍ଚରାଇଜ୍ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ମଲ୍ଲୀ ଫୁଲ ବ୍ୟବହୃତ ପ୍ରଡକ୍ଟ ବି ବ୍ୟବହାର କରିପାରିବେ।
ଗନ୍ଧକୁ ରୋକିବାରେ ସାହାଯ୍ୟକାରୀ: ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ଘରେ ବନାନ୍ତୁ ମଲ୍ଲୀ ଫୁଲର ବଡି ସ୍ପ୍ରେ। ଏଥିପାଇଁ ଜସ୍ମିନ୍ ଏସେନ୍ସ ଅଏଲ୍ର ବ୍ୟବହାର କରିପାରିବେ। ଏଥିପାଇଁ ସ୍ପ୍ରେ ବୋତଲରେ ପାଣି ଓ ମଲ୍ଲୀ ଫୁଲର ତେଲ ମିଶାନ୍ତୁ । ଏହା ଏକ ସବୁଠାରୁ ପ୍ରଭାବଶାଳୀ ବ୍ୟୁଟି ହ୍ୟାକ୍, ଯାହାର ବ୍ୟବହାର ଆପଣଙ୍କ ତ୍ୱଚାକୁ ଚମକ ଆଣିବାରେ ସାହାଯ୍ୟ କରେ।
ବ୍ରଣ ଦୂର ହେବ : ବର୍ଷା ଋତୁରେ ଏହା ଏକ ସାଧାରଣ ସମସ୍ୟା | ଯଦି ଆପଣଙ୍କର ବ୍ରଣର ସମସ୍ୟା ଥାଏ, ଆଉ କୌଣସି ମଶ୍ଚରାଇଜର ବ୍ୟବହାର କରିବାକୁ ଭୟ କରୁଛନ୍ତି , ତେବେମଲ୍ଲୀ ଫୁଲ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ |ଫୁଲ ପେଟର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସିଧାସଳଖ ଆପଣଙ୍କ ମୁହଁରେ ଲଗାନ୍ତୁ |
ବ୍ରଣ ସମସ୍ୟା ଦୁର ହେବ- ଏହି ଆକ୍ନେ ସମସ୍ୟାକୁ ଦୁର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ସିଧା ସଳଖ ମୁହଁରେ ଲଗାନ୍ତୁ।
ସନ୍ ଡ୍ୟାମେଜ୍- ସୁର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍କୁ ରୋକିବା ପାଇଁ ମଲ୍ଲୀ ଫୁଲର ରସକୁ ମୁଁହରେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କୁ ତୁରନ୍ତ ଫ୍ରେଶ୍ ଅନୁଭବ ହେବ। ଆପଣଙ୍କ ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ଏହି ପାଣିରେ ଗାଧୋଇବା ଦ୍ବାରା ଆପଣଙ୍କୁ ସତେଜ ଅନୁଭବ ହେବ।
ଫେସ୍ ପ୍ୟାକ୍- ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ବନାନ୍ତୁ। ଏହାକୁ ସିଧା ସ୍କିନ୍ରେ ଲଗାନ୍ତୁ। ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
କେଶ ପାଇଁ ବି ବ୍ୟବହାର କରିପାରିବେ- ମଲ୍ଲୀ ଫୁଲର ହାରରେ ଆପଣ କେଶକୁ ସଜେଇଥିବେ ବା ଦେଖିଥିବେ ନିଶ୍ଚୟ । କିନ୍ତୁ କେଶର ଡିପ୍ କଣ୍ଡିସ୍ନିଂଙ୍ଗ୍ ପାଇଁ ବି ମଲ୍ଲୀ ଫୁଲକୁ ବ୍ୟବହାର କରିହେବ । ଏଥିପାଇଁ ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।