ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ। ଏହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। କେଶ ପାଇଁ ଅଣ୍ଡାକୁ ଆପଣ ଅନେକ ଉପାୟରେ ବ୍ୟବହାର କରିପାରିବେ। ଏହା କେଶକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ। ତେବେ ଚାଲନ୍ତୁ ଜାଣିବା କେଶ ପାଇଁ ଆପଣ ଅଣ୍ଡାକୁ କେଉଁ ଉପାୟରେ ବ୍ୟବହାର କରିପାରିବେ।
ଅଣ୍ଡା ହେୟାର ମାସ୍କ :
ଗୋଟିଏ ପାତ୍ରରେ ଦୁଇଟି ଅଣ୍ଡା ନେି ଏହାକୁ ଭଲ ଭାବରେ ଗଳାନ୍ତୁ। ଏହି ମିଶ୍ରଣକୁ କେଶ ଏବଂ ତ୍ୱଚାରେ ଲଗାନ୍ତୁ। ଏହାକୁ ୩୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ କେଶକୁ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ। ଏହା କେଶକୁ ଶୀଘ୍ର ବଢାଇବାରେ ସାହାଯ୍ୟ କରେ। ଆପଣ ଏହାକୁ ସପ୍ତାହରେ ୧ ରୁ ୨ ଥର ବ୍ୟବହାର କରିପାରିବେ।
ଅଣ୍ଡା ଏବଂ ଦହି ହେୟାର ମାସ୍କ :
ଏକ ପାତ୍ରରେ ଗୋଟିଏ ଅଣ୍ଡାକୁ ଭଲ ଭାବରେ ଗୋଳାଇ ରଖନ୍ତୁ। ଏଥିରେ ୨ ରୁ ୩ ଚାମଚ ଦହି ମିଶାନ୍ତୁ। ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ପରେ ଏହାକୁ ତ୍ୱଚା ଏବଂ କେଶରେ ଲଗାଇ ୩୦ ରୁ ୪୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ କେଶକୁ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ। ଏହା ଶୀଘ୍ର କେଶ ବଢିବାରେ ସାହାଯ୍ୟ କରିବ।
ଅଣ୍ଡା, ଅଲିଭ୍ ଅଏଲ ଏବଂ ନଡ଼ିଆ କ୍ଷୀର ବ୍ୟବହାର କରନ୍ତୁ :
ଏକ ପାତ୍ରରେ ଅଣ୍ଡା ନିଅନ୍ତୁ। ଏଥିରେ ୨ ଚାମଚ ନଡ଼ିଆ କ୍ଷୀର ମିଶାନ୍ତୁ। ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହି ମାସ୍କକୁ କେଶ ଏବଂ ତ୍ୱଚାରେ ଲଗାନ୍ତୁ। ଏକ ଘଣ୍ଟା କେଶରେ ଛାଡିଦିଅ । ଏହା ପରେ କେଶକୁ ସାମାନ୍ୟ ସାମ୍ପୁରେ ଧୋଇ ଦିଅନ୍ତୁ। ଆପଣ ଏହାକୁ ସପ୍ତାହରେ ଥରେ ଦୁଇଥର ବ୍ୟବହାର କରିପାରିବେ ।
Sign in
Sign in
Recover your password.
A password will be e-mailed to you.