ଭୁଷିରୁ ଓଜନ କମାଇବା ଜୁସ୍ । ଭୁଷି ପାନୀୟରେ ପେଟକୁ ସୁସ୍ଥ ରଖୁଥିବା ବିଭିନ୍ନ ପଦାର୍ଥର ବ୍ୟବହାର କରାଯାଇଛି । ପ୍ରଥମ ଇସବଗୁଲ୍ ଭୁଷି ଓ ସେଓ ସିର୍କା । ଉଭୟ ଓଜନ କମାଇବା ପାଇଁ ବ୍ୟବହୃତ ହୋଇଥାଏ ।
ଭୁଷିରେ ବହୁ ମାତ୍ରାରେ ଫାଇବର୍ ରହିଥାଏ । ଏହାକୁ ପାଣିରେ ମିଶାଇ ଦିଅନ୍ତୁ । ଏହା ଜେଲରେ
ପରିଣତ ହେବା ପାଇଁ ସମସ୍ତ ପାଣିକୁ ଅବଶୋଷିତ କରିଦେଇଥାଏ । ଏହାକୁ ପିଇବା ଦ୍ୱାରା ଶରୀରର ସମସ୍ତ
ଅଦରକାରୀ ପଦାର୍ଥକୁ ବାହାରକୁ ବାହାର କରିଦିଏ । ଦ୍ୱିତୀୟରେ ସେଓ ସିର୍କା ଏକ ପ୍ରିବାୟୋଟିକ୍, ଯାହା ପେଟକୁ ସଫା ରଖିବାରେ ବେଶ୍ ସହାୟକ ହୋଇଥାଏ ।
- ଏକ ଚାମଚ ଭୁଷି
- ଏକ ଚାମଚ ସେଓ ସିର୍କା
- ସେଥିରେ ଅଧା ଗ୍ଲାସ୍ ବା ୨୦୦ରୁ ୨୫୦ ମି.ଗ୍ରା ପାଣି ମିଶାନ୍ତୁ ।
- ସକାଳ ଭୋଜନ କରିବାର ଅଧା ଘଣ୍ଟା ପୂର୍ବରୁ ଏହାକୁ ପିଅନ୍ତୁ ।
- ଡାଲଚିନିରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି, ଯାହା ପାଚନ ତନ୍ତ୍ରର ସଂକ୍ରମଣକୁ କମ୍ କରିଥାଏ । ଏହା ଖାଦ୍ୟପଦାର୍ଥରେ ଥିବା ଲିଷ୍ଟେରିଆ ପରି ବ୍ୟାକ୍ଟେରିଆକୁ ବଢିବାରୁ ରୋକିଥାଏ । ଭୁଷି ସହ ଡାଲଚିନି ମିଶାଇ ପିଇବା ଦ୍ୱାରା ପେଟ ସଫା ରହିବ, ଓଜନ ନିୟନ୍ତ୍ରିତ ଓ ରକ୍ତରେ ଶର୍କରାର ମାତ୍ରା ସନ୍ତୁଳିତ ରହିଥାଏ ।