ଭୁବନେଶ୍ବର ସ୍ଥିତ ଏକ ତାରକା ହୋଟେଲରେ ଜୀ ସାର୍ଥକର ନୂଆ ଚଳଚ୍ଚିତ୍ର “ଦିଦି ନମସ୍କାର”ର ଅଡିଓ ଲୋକାର୍ପିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି), କାହାଣୀ ଓ ସଂଳାପକାର ଡ. ରଜନୀ ରଞ୍ଜନ ଉପସ୍ଥିତ ଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଶୀତଳ ପାତ୍ର, ନବାଗତ ଶାଶ୍ଵତ, ପିଣ୍ଟୁ ନନ୍ଦ, ପ୍ରିୟଙ୍କା ମହାପାତ୍ର, ସୋମା ଭୌମିକ ପ୍ରମୁଖ ଅଭିନୟ କରିଛନ୍ତି।
“ଦିଦି ନମସ୍କାର”ର ଟାଇଟଲ ଓ ପ୍ରଥମ ଶ୍ରେଣୀ ଗୀତକୁ ସତ୍ୟଜିତ ଓ ଅସୀମା ପଣ୍ଡା ଗାଇଥିବା ବେଳେ, ମନ୍ ହନସିନୀ ଗୀତକୁ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ ଗାଇଛନ୍ତି। ସମସ୍ତ ଗୀତକୁ ଗୀତିକାର ଡ. ନିର୍ମଳ ନାୟକ ଲେଖିଛନ୍ତି । ସହଯୋଗୀ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ଵସ୍ତିକ। ଚଳଚ୍ଚିତ୍ରଟି ଜୀ ସାର୍ଥକ ଚ୍ୟାନେଲରେ ଏପ୍ରିଲ ୧୭ ତାରିଖ ସଂଧ୍ୟା ୬.୩୦ ମିନିଟରେ ପ୍ରସାରିତ ହେବ ବୋଲି ଜଣାପଡିଛି।