ଅନୁଭବ ଓ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ ମଧ୍ୟରେ ବଢି ଚାଲିଛି ପାରିବାରିକ କଳହ। ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀଙ୍କ ବିରୋଧରେ ଏତଲା ଦେବାପରେ | ଆଜି ଡିଜିପିଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ସାଂସଦ। ନିଜ ଲେଟର ପ୍ୟାଡରେ ପତ୍ନୀ ବର୍ଷାଙ୍କ ନାଁରେ ଚିଠି ଲେଖି ଅଭିଯୋଗ କରିଛନ୍ତି ଅନୁଭବ। ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଉଲ୍ଲେଖ କରିଛନ୍ତି ସାଂସଦ।
କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ବାର୍ତ୍ତାଳାପର ଅଡିଓକୁ ଯାଞ୍ଚ କରିବାକୁ ଅନୁଭବ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।
ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଅଡିଓ ସତ ହେଲେ ତାଙ୍କ ଓ ପରିବାରକୁ ସୁରକ୍ଷା ଦେବାକୁ ଅନୁଭବ ଡିଜିପିଙ୍କୁ ଚିଠି ଲେଖିଛନ୍ତି ଅନୁଭବ ମହାନ୍ତି। ସେପଟେ ସୋସିଆଲ ମିଡିଆରେ ଯୁକ୍ତିତର୍କ ହେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାର ଦିନ ଥାନାକୁ ଯାଇଥିଲେ ବର୍ଷା । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ କରି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି ବର୍ଷା |