ଆଜି ହେଉଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୩୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତେବେ ସେ ଜଣେ ଭଲ କଳାକାର । ଏମିତିକି ସେ କେବଳ ସାଉଥ୍ ଫିଲ୍ମରେ ନୁହେଁ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଶ୍ରୁତି ହାସନଙ୍କୁ ନେଇ ଆଉ କଥା ମଧ୍ୟ ଜାଣିବାକୁ ମିଳିଛି ଯାହାକୁ ହୁଏତ ତାଙ୍କର ଅନେକ ପ୍ରଶଂସକ ଜାଣିନଥିବେ ।
ଶ୍ରୁତି ଦିନେ ନାଗା ଚୈତନ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଗୋଟେ ଛୋଟ ଜିନିଷ ହେତୁ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା। ସେ ଏକ ଆୱାର୍ଡ଼ ଶୋ ଚାଲିଥିବା ବେଳେ ତାଙ୍କ ଭଉଣୀଙ୍କୁ ଘରେ ଛାଡ଼ିଦେବା ପାଇଁ ନାଗାଙ୍କୁ କହିଥିଲେ କିନ୍ତୁ ସେ ନାଗାଙ୍କର କୌଣସି ଜରୁରୀ କାମ ଥିବାରୁ ସେ ମନା କରିଥିଲେ । ତେବେ ଏହି କଥାକୁ ନେଇ ୨୦୧୩ ମସିହାରୁ ଶ୍ରୁତି ତାଙ୍କ ଉପରେ ରାଗି ଯାଇଥିଲେ। ସେବେଠାରୁ ଶ୍ରୁତି ଓ ନାଗା ବ୍ୟକ୍ତିଗତ ଭାବେ ମିସୁନଥିଲେ। ଏହାପରେ ନାଗାଙ୍କର ସାମନ୍ଥାଙ୍କ ସହିତ ବିବାହ ହୋଇଥିଲା ।
ତେବେ ଏହାରି ମଧ୍ୟରେ ଶ୍ରୁତିଙ୍କ ଜୀବନରେ ମଧ୍ୟ ଜଣେ ପ୍ରେମିକ ଆସିସାରିଥିଲେ। ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଝିଅ ଶ୍ରୁତି ହାସନ ପାଖା ପାଖି ୩୦ ଟି ଫିଲ୍ମର କାମ କରିଛନ୍ତି। ସେ ଅଭିନେତା ଅକ୍ଷୟ କୁମାରଙ୍କ ସହ ‘ଗବର ଇଜ୍ ବ୍ୟାକ୍’, ଜନ୍ ଅବ୍ରହାମଙ୍କ ସହ ‘ୱେଲକମ ବ୍ୟାକ’ ଭଳି ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତେବେ ତାଙ୍କ ଆଗାମୀ ଫିଲ୍ମ ସଲାର ମଧ୍ୟ ଚଳିତ ବର୍ଷ ରିଲିଜ୍ ହେବା । ତାଙ୍କ ବିପକ୍ଷରେ ଅଛନ୍ତି ସୁପରଷ୍ଟାର ପ୍ରଭାସ।
Sign in
Sign in
Recover your password.
A password will be e-mailed to you.