ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି ଟମାଟୋ । ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବୃଦ୍ଧି ପାଇବାରେ ଚାଲିଛି । ଅଚାନକ ପରିବାର ଦର ବୃଦ୍ଧି ହେବା ସହ ଟମାଟୋ ଦର ବଢିବା ଶୁଣି ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
ସେହିପରି ଦେଶର ଅନେକ ରାଜ୍ୟରେ ଅଦିନିଆ ବର୍ଷା ଟମାଟୋ ଦର ବୃଦ୍ଧି ହେବାର କାରଣ ସାଜିଛି । କିଛି ଦିନ ପୂର୍ବରୁ ଉତ୍ତର-ପୂର୍ବ ବଙ୍ଗୋପସାଦରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ଭାରତୀୟ ରାଜ୍ୟରେ ବିତ୍ପାତ ରଚିଥିଲା । ଫଳରେ ଚାଷ ବୁଡିଯାଇଛି । ଲୋକଙ୍କ ପରିବା ଝୁଡିରୁ ଟମାଟୋ ଗାୟବ ହୋଇଯାଇଛି ।
ଦିଲ୍ଲୀ ପରିବା ମଣ୍ଡିମାନଙ୍କରେ ଟମାଟୋ ଦର ପାଇକାରୀ କେଜି ପ୍ରତି ୧୨୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଖୁଚୁରା ଦର ୧୫୦ ରୁ ୧୭୦ ଟଙ୍କାରେ ବିକ୍ରି ହେଉଛି । ସାଧାରଣତଃ ଶୀତ ଋତୁ ବେଳକୁ ଦେସରେ ଟମାଟୋ ଦର ହ୍ରାସ ହୋଇଥାଏ । ହେଲେ ଏଥର ଓଲଟା ପରିସ୍ଥିତି ଉପୁଜିଛି । ପ୍ରାକୃତିକ ଦୁର୍ବିପାକ ଟମାଟୋ ଭଳି ପରିବା ଦରକୁ ଆକାଶ ଛୁଆଁ ହୋଇଛି ।