ମୁମ୍ବାଇ() ସୁରେଶ ରାଇନା ଭାରତ କ୍ରିକେଟର ଜଣେ ଜଣାଶୁଣା ଖେଳାଳି। ଖରାପ ଫର୍ମ ପାଇଁ ତାଙ୍କୁ ଭାରତୀୟ ଦଳରେ ଆଉ ସୁଯୋଗ ମିଳୁ ନାହିଁ। ତେବେ ତାଙ୍କ ବ୍ୟାଟିଂ ସିଧା ଆଇପିଏଲରେ ହିଁ ଦେଖିବାକୁ ମିଳିବ।
ସେ ବ୍ୟାଙ୍କର୍ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ ବଲିଉଡ୍ର ଜଣେ ଅଭିନେତ୍ରୀ ଦୀର୍ଘ ଦିନ ଧରି ତାଙ୍କ ହୃଦୟରେ ରାଜ୍ କରିଥିଲେ। ନିକଟରେ ଏକ ଶୋ’ରେ ଭାଗ ନେଇ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ କିଛି ଖୁଲାସା କରିଛନ୍ତି। କଲେଜରେ ପଢୁତତ୍ବାବେଳେ ସେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସହ ଡେଟିଂରେ ଯିବାକୁ ସ୍ବପ୍ନ ଦେଖୁଥିଲେ ବୋଲି ରାଇନା କହିଛନ୍ତି।