Odia News Portal

ଫ୍ୟାନ୍ସଙ୍କୁ ଓଜନ ହ୍ରାସର ଟିପ୍ସଦେଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡର ସୁପରିଚିତ କଳାକାର ଶତ୍ରୃଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ସିନେ ଜଗତରେ ଅନେକ ନାଁ କମେଇଲେଣି । ବାପାଙ୍କ ନାମ ନୁହେଁ ନିଜ ନାଁରେ ତାଙ୍କୁ ଚିହ୍ନନ୍ତି ବଲିଉଡ ପ୍ରଶଂସକ । ତେବେ ସେନାକ୍ଷୀ ବଲିଉଡକୁ ଆସିବା ପୂର୍ବରୁ ଗୋଲୁ ମୋଲୁ (ମୋଟା) ଥିଲେ । ତେବେ ସେ ଅନେକ ଚେଷ୍ଟା କରିବା ପରେ ଓଜନ କମ୍ କରିଛନ୍ତି । ସୋନାକ୍ଷୀଙ୍କ ସୋସିଆଲ ମିଡିଆ ସାଇଟରେ ସେ ପ୍ରଂଶସକମାନଙ୍କୁ ପ୍ରଶ୍ନ କରିବାକୁ ପୋଷ୍ଟ କରିଥିଲେ । ତେବେ ତାଙ୍କ ପୋଷ୍ଟରେ ଜଣେ ୟୁଜର୍ସ ସୋନାକ୍ଷୀଙ୍କୁ ପଚାରିଥିଲେ କି, ଓଜନ କମେଇବାକୁ କଣ କରିବାକୁ ପଡ଼ିବ?

ମଜାଳିଆ ଢ଼ଙ୍ଗରେ ସୋନାକ୍ଷୀ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ କି ତମେ ପବନ ଖାଅ ଓଜନ କମିଯିବ । ସୋନାକ୍ଷୀଙ୍କର ଏହି ମଜାଳିଆ ପୋଷ୍ଟକୁ ୟୁଜର୍ସମାନେ ବେଶ ପ୍ରଂଶସା କରିଥିଲେ । ତେବେ ପୂର୍ବରୁ ନିଜ ଓଜନ ହ୍ରାସକୁ ନେଇ ସୋନାକ୍ଷୀ କହିଥିଲେ କି, ସେ ଖେଳକୁଦ କରିବା, ପହଁରିବା, ଦୌଡିବା ଏବଂ ଡାଇଟିଙ୍ଗ କରି ତାଙ୍କ ସ୍ୱାସ୍ଥ୍ୟ ଠିକ କରିଛନ୍ତି । ସେ ପ୍ରଥମେ ୯୫ କେଜିଥିଲେ । ପରେ ୩୦ କେଜି ହ୍ରାସ କରି ଦେଇଥିଲେ । ଏବେ ସେ ଫିଗରକୁ ଠିକସେ ମେଣ୍ଟନ କରୁଛନ୍ତି ।