ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ପାର୍ଥିବ ଶରୀର ଖୁବ୍ ଶୀଘ୍ର କୁପର ହସ୍ପିଟାଲରୁ ତାଙ୍କ ଘରକୁ ଅଣାଯିବ। କିଛି ସମୟ ପରେ ଆମ୍ବୁଲାନ୍ସରୁ ତାଙ୍କର ପାର୍ଥିବ ଶରୀର ଘରେ ପହଁଞ୍ଚିବ। ଘରେ ଅନ୍ତିମ ସଂସ୍କାର କ୍ରୀୟା ହେବାର ବାକି ରହିଛି। ଅନ୍ତିମ ଦର୍ଶନ ପାଇଁ ତାଙ୍କର ପାର୍ଥିବ ଶରୀରକୁ ମଧ୍ୟାହ୍ନ ୨ଟା ପର୍ୟ୍ୟନ୍ତ ଘରେ ରଖାଯିବ। ଏହାପରେ ମୁମ୍ବାଇର ଆଶିଓ୍ବାର ସ୍ମଶାନ ଘାଟକୁ ନିଆଯାଇ ସେଠାରେ ଅନ୍ୟେଷ୍ଟି କରାଯିବ।
ଉଲ୍ଲେଖନୀୟ ଯେ, ସିଦ୍ଧାର୍ଥ ଶୁକ୍ଲାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗୁରୁବାର ସିଦ୍ଧାର୍ଥଙ୍କ ପରଲୋକ ହୋଇଯାଇଥିଲା। କୁପର ହସ୍ପିଟାଲର ଡାକ୍ତରମାନେ ସିଦ୍ଧାର୍ଥଙ୍କର ଯାଞ୍ଚ କରିଥିଲେ ଓ ପ୍ରାୟ ୧୦ଟା ୩୦ ମିନିଟରେ ତାଙ୍କୁ ମୃତ ଘୋଷିତ କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଜଣାପଡିନି। ହସ୍ପିଟାଲକୁ ମିଳିଥିବା ସୂଚନା ଅନୁସାରେ, ହିଷ୍ଟୋପାଥୋଲୋଜି ଷ୍ଟଡି ଓ କେମିକାଲ ଆନାଲିସିଟ୍ ରିପୋର୍ଟ ପରେ ଅଭିନେତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିଲା।