ମୁମ୍ବାଇ: ସିରିଏଲ ଅଭିନେତା ଶାହିର ଶେଖ୍ ତାଙ୍କ ପତ୍ନୀ ରୁଚିକା କପୁରଙ୍କ ସହ ଛୁଟି କଟାଉଛନ୍ତି । ଅଭିନେତା ଶାହିର ଶେଖ୍ ଲୁଚାଛପା କୋର୍ଟ ମ୍ୟାରେଜ କରିବା ପରେ ଏବେ ପତ୍ନୀଙ୍କ ସହ ହନିମୁନ୍ରେ କ୍ୱାଲିଟି ସମୟ ବିତାଉଛନ୍ତି । ବିବାହ ପରେ ଦୁହେଁ ବୁଲିବା ନିମନ୍ତେ ଭୁଟାନ ଯାଇଛନ୍ତି । ଶାହିର, ରୁଚିକାଙ୍କ ସହ କିଛି ରୋମାଣ୍ଟିକ ଫଟୋ ମଧ୍ୟ ସେୟାର କରିଛନ୍ତି ।ଶାହିର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏବଂ ରୁଚିକା ଏକ ପାହାଡ ଶିଖରରେ ବସି ଥିବାର ନଜର ଆସିଛନ୍ତି ।

ରୁଚିକା କପୁର ଏକତା କପୁର ଫିଲ୍ମସର ମୁଖ୍ୟ ଅଟନ୍ତି । ତେବେ ଶାହିର ଏବଂ ରୁଚିକା ଦୁହେଁ ଦୁହିଁକୁ ଅନେକ ଦିନ ପୂର୍ବରୁ ଜାଣିଥିବା ସହ ଉଭୟ ରିଲେସନସିପ୍ ରେ ମଧ୍ୟ ଥିଲେ ।ତେବେ ରିଲେସନସିପର କିଛିଦିନ ପରେ ଶାହିର ନିଜେ ଫଟୋ ସେୟାର କରି ଉଭୟ ନିଜ ରିଲେସନସିପ୍ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ପ୍ରଥମେ ସେମାନେ ବହୁତ ଭଲ ବନ୍ଧୁ ଥିଲେ । ଦେଢ ବର୍ଷ ପୂର୍ବେ ହିଁ ଉଭୟ ଉଭୟଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଶାହିର ଏକ ସାକ୍ଷାତକାରରେ ଉଭୟଙ୍କ ବିବାହ ସମ୍ବନ୍ଧରେ କହିବାର ଅଳ୍ପ ଦିନ ପରେ ଦୁହେଁ ବିବାହ କରିଥିଲେ ।