ମୁମ୍ବାଇ: ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ର ଦମଦାର ଟ୍ରେଲର । ଆସନ୍ତା ମେ’ ୧୩ ଇଦ୍ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।ଫିଲ୍ମର ଟ୍ରେଲରେ ସଲମାନଙ୍କ ବ୍ୟତୀତ ଅଭିନେତ୍ରୀ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକସନ ସହ ଦିଶାଙ୍କ ସେନସେସନାଲ ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି ।

କରୋନା କାରଣରୁ ଅଧିକାଂଶ ସ୍ଥାନରେ ସିନେମା ହଲ୍ ବନ୍ଦ । ଏଭଳି ପରିସ୍ଥିତିରେ ସଲମାନ ଖାନ କହିଛନ୍ତି ଯେ ଚଳିତ ବର୍ଷ ମେ ମାସରେ ଇଦ୍ ଅବସରରେ ଏହି ଫିଲ୍ମ ରିଲିଜ୍ ହେବ । ଫିଲ୍ମ ‘ରାଧେ’କୁ ସିନେମାହଲ ସହିତ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହେବ । କରୋନା କାରଣରୁ ଭାରତ ସମେତ ଏହା ଦେଶର ୪୦ ଦେଶରେ ମୁକ୍ତିଲାଭ କରାଯିବ।