ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଛି। ତାଙ୍କ କଥା ଡାକ୍ତରମାନେ ଭଲଭାବେ ବୁଝୁଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି ବୋଲି ଗତଶୁକ୍ରବାର ଖବର ହସ୍ତଗତ ହୋଇଥିଲା। କାଦର ଖାନ ଏବେ କାନାଡାରେ ପୁଅ ସର୍ଫରଜ ଏବଂ ବୋହୂଙ୍କ ସହ ରହୁଛନ୍ତି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ବେଳେ ବେଳେ ସମସ୍ତଙ୍କୁ ଚିହ୍ନିପାରୁଛନ୍ତି ଓ ଆଖିରେ ଆଖି ମିଶାଉଛନ୍ତି। ମାତ୍ର ସେ ଆଉ କଥାବାର୍ତ୍ତା କରି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ସେ ନିମୋନିଆର ବି ଆକ୍ରାନ୍ତ।