ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକାଙ୍କ ଅଭିନୀତ ‘ ପୁଷ୍ପା: ଦ ରାଇଜ୍’ ହିଟ୍ ହେବା ପରେ ଏହି ଦକ୍ଷିଣୀ ସୁନ୍ଦରୀଙ୍କ ଲୋକପ୍ରିୟତା ବଲିଉଡରେ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍ ତାଙ୍କ ଆଗାମୀ ଫିଲ୍ମରେ ରଶ୍ମିକାଙ୍କୁ ସାଇନ୍ କରିଥିବା ଜଣାପଡିଛି। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିବେ ବଲିଉଡ ର ଆକ୍ସନ ହିରୋ ଟାଇଗର୍ ସ୍ରଫ୍। ଏହା ଏକ ଆକ୍ସନ୍ ଡ୍ରାମା ହେବ ଓ ଏହାର ସୁଟିଂ ବିଦେଶରେ କରାଯିବ। ଶଶାଙ୍କ ତାଙ୍କର ଏହି ଚଳଚ୍ଚିତ୍ର ପାଇଁ ଏକ ନୂଆ ଯୋଡ଼ି ଚାହୁଁଥିଲେ। ତେଣୁ ସେ ଟାଇଗର୍ ଓ ରଶ୍ମିକାଙ୍କୁ ବାଛିଛନ୍ତି। ଏହାର ସୁଟିଂ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ବହୁତ ଜଲ୍ଦି ଟାଇଗର୍ ଏବଂ ରଶ୍ମିକାଙ୍କ କାଷ୍ଟିଂକୁ ନେଇ ଫିଲ୍ମର ନିର୍ମାତାମାନେ ବିଧିବଦ୍ଧ ଭାବେ ଘୋଷଣା କରିବେ। କରନ୍ ଜୋହର୍ ଏହାର ପ୍ରଯୋଜନା ଦାୟିତ୍ବରେ ରହିବେ।