Odia News Portal

୧୬ ବର୍ଷ ବୟସରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ରଶ୍ମୀ ଦେଶାଇ କାଷ୍ଟିଂ କାଉଚକୁ ନେଇ ନିଜର ଅଭିଜ୍ଞତା ବାବଦରେ ଏକ ସାକ୍ଷାତକାରରେ କହିଛନ୍ତି।

ରଶ୍ମୀ କହିଛନ୍ତି, ୧୬ ବର୍ଷ ବୟସର ହୋଇଥିବା ବେଳେ ଗ୍ଲାମର୍ ଇଣ୍ଡଷ୍ଟ୍ରୀରେ ସାମିଲ ହୋବାକୁ ଚାହିଁଥିଲେ । ଦିନେ ଏପରି ସମୟ ଥିଲା ଯେତେବେଳେ କାଷ୍ଟି କାଉଚର ଶିକାର ନହେଲେ କାମ ମିଳୁନଥିଲା। ସୁରଜନାମରେ ଜଣେ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ। ପ୍ରଥମ ଦେଖାରେ ସେ ତାଙ୍କୁ ଅନେକ ଅଶ୍ଲୀଳ ଆକ୍ଷେପ କରିଥିଲେ। ଯାହା ତାଙ୍କୁ ପସନ୍ଦ ଆସିନଥିଲା। ପ୍ରଥମ ବ୍ୟକ୍ତି ଭାବେ ସୁରଜ ତାଙ୍କଠୁ ଫାଇଦା ନେବାକୁ ଚାହିଁଥିଲେ। ଦିନେ ସୁରଜ ଏକ ଅଡିସନକୁ ଡାକି ତାଙ୍କୁ ନିଶା ସେବନ କରିବାକୁ ଦେଇଥିଲେ। କିନ୍ତୁ ସେଠାରେ ସେ ପହଁଚିବା ପରେ କ୍ୟାମେରା କିମ୍ବା ଆଉ କେହି ନଥିଲେ। ବହୁ କଷ୍ଟରେ ସେ ସେଠାରୁ ଖସି ପଳାଇ ଆସିବାରେ ସଫଳ ହୋଇଥିଲେ।

ରଶ୍ମୀ ଆହୁରି କହିଛନ୍ତି ଯେ, ଏତେ ସବୁ ହେଲା ପରେ ତାଙ୍କ ମା’ ବଲିଉଡ୍ ଜଗତରେ କାମ କରିବା ପାଇଁ ତାଙ୍କୁ ମନା କରିଥିଲେ। ପରେ ତାଙ୍କ ମା’ ସୁରଜଙ୍କୁ ଏକ ରେଷ୍ଟୁରାଣ୍ଟକୁ ଡାକିଥିଲେ। ଏପରିକି ତାଙ୍କୁ ଏକ ଶକ୍ତ ଚାପୁଡା ମଧ୍ୟ ମାରିଥିଲେ।