Odia News Portal

ଲୋକପ୍ରିୟ ରାପର୍ କିର୍ସନିକ୍ ବଲଙ୍କୁ ଗୁଳିକରି ହତ୍ୟା

ଲୋକପ୍ରିୟ ବ୍ୟାଣ୍ଡ ମିଗୋସ୍ ରାପର୍ କିର୍ସନିକ୍ ଖାରୀ ବଲ୍ (ଟେକଅଫ୍ ରାପର୍ ଭାବେ ପରିଚିତ)ଙ୍କ ପରଲୋକ ଘଟିଛି । ଆମେରିକାର ହୋଷ୍ଟନ୍ ସହରରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ହିଁ ୨୮ ବର୍ଷୀୟ ରାପର୍ ଟେକଅଫଙ୍କ ମୃତ୍ୟୁ ଘଟିଛି । ଏ ନେଇ ସିଟି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଡାଉନଟାଉନ୍ ହୋଷ୍ଟନର ଏକ ବୋଲିଙ୍ଗ ଆଲେ ଷ୍ଟାଡିୟମରେ ଥିବାବେଳେ ତାଙ୍କୁ ଗୁଳିମାଡ କରିଥିଲେ ଆତତାୟୀ । ସେଠାରେ କିରସିନିକ୍ ଖାରୀ ବଲଙ୍କ ଜଣେ ବନ୍ଧୁ ଏବଂ ତାଙ୍କର ସମ୍ପର୍କିୟ ମାମୁ କ୍ବାଭୋ ମଧ୍ୟ ଥିଲେ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେହି କ୍ଳବରେ ୪୦ ରୁ ୫୦ ଜଣ ଥିଲେ । ହଠାତ୍ ଗୁଳି ଶବ୍ଦ ଶୁଣାଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ରାପର୍ ଟେକଅଫ୍ ସେହିଠାରେ ଟଳିପଡିଥିଲେ । ତାଙ୍କ ମୁଣ୍ଡ ଏବଂ ବେକରେ ଗୁଳି ମରାଯାଇଥିଲା । ତାଙ୍କ ମାମୁ କ୍ୟୁଭୋଙ୍କ ଶରୀରରେ ମଧ୍ୟ ଗୁଳି ବାଜିଥିବା ଜଣାପଡିଛି । ଗୁଳିମାଡ ପରେ ଘଟଣାସ୍ଥଳରେ ହିଁ ଟେକଅଫଙ୍କ ପ୍ରାଣବାୟୁ ଉଡିଯାଇଥିଲା ।
ଜର୍ଜିଆର ଲରେନ୍ସଭିଲ୍ଲେରେ ୧୯୯୪ ମସିହାରେ ଜନ୍ମଗ୍ରହଣ କରିଥିଲେ କିରସିନିକ୍ ଖାରୀ ବଲ୍ ଓରଫ ଟେକଅଫ । ୨୦୦୮ ମସିହାରେ ରାପର୍ କ୍ୟାରିୟର ଆରମ୍ଭ କରିଥିଲେ ସେ । ପରେ ତାଙ୍କ ସହିତ ଯୋଡିହୋଇଥିଲେ କ୍ୟୁଭାସ୍ କେଟେ ମାର୍ସାଲ ଏବଂ କିଆରୀ କେଣ୍ଡ୍ରେଲ୍ ସେପହସ୍ । ଆମେରିକାରେ ଏହି ୩ ଜଣ ରାପର୍ ଟ୍ରିଓ ଭାବେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ । ୨୦୧୧ରେ ଏହି ୩ ଜଣଙ୍କ ପ୍ରଥମ ମିକ୍ସଟେପ୍ ‘ଯୁଗ୍ ସେସନ’ ରିଲିଜ୍ ହୋଇଥିଲା । ଯାହାକି ବେଶ ଲୋକପ୍ରିୟତା ଅର୍ଜନ କରିଥିଲା ।