Odia News Portal

ଦୀପିକା, ସାରା ଓ ଶ୍ରଦ୍ଧା ବାବାଙ୍କ ପରାମର୍ଶ

ମୁମ୍ବାଇ() ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡ ଚର୍ଚାରେ ରହିଛି। ଏହି ମାମଲାର ତଦନ୍ତ ଚଳାଇ ଥିବା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ବଲିଉଡର ଡ୍ରଗ୍ସ ଜାଲକୁ ସଫା କରିବାରେ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଛି। ଏହା ସହ ତିନିଜଣଙ୍କ ଫୋନ୍ ମଧ୍ୟ ଜବତ କରିଛି ଏନସିବି।

ଏବେ ଏହି ଷ୍ଟାରମାନଙ୍କର ଡ୍ରଗ୍ସ ବ୍ୟବହାରକୁ ନେଇ ଯୋଗ ଗୁରୁ ବାବା ରାମଦେବ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ସୂତ୍ର ଅନୁସାରେ ନିଶା ଛାଡ଼ିବାର ଉପାୟ ସେ ଏକ ନ୍ୟୁଜ ଚାନେଲକୁ ଜଣାଇଛନ୍ତି। ସେ ବଲିଉଡ ଡ୍ରଗ୍ସ ମାମଲାରେ ସାମିଲ ଥିବା କଳାକାରଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ବାବା ରାମଦେବ କହିଛନ୍ତି- ବଳିଉଡ ସୁନ୍ଦରୀ ସାରା ଅଲୀ ଖାନ, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କୁ ସକାଳେ ଓଲଟା ଲଟକାଇ ଦିଅ। କିନ୍ତୁ ଫାଶିରେ ଝୁଲାଅ ନାହିଁ। ନିଜ ଦେଶର ଏମାନେ ପିଲା, କିଛି ତ ଏମାନଙ୍କ ଉପରେ ଦୟା ଦେଖାଅ। ସକାଳୁ ସକାଳୁ ଏମାନଙ୍କୁ ଓଲଟା ଲଟକାଇ ଶୀର୍ଷାସନ କରାଯାଉ। ସକାଳୁ ସକାଳୁ ଏହି ଯୋଗ କଲେ ସେମାନଙ୍କ ନିଶା ଅଭ୍ୟାସ ଛାଏଁ ଛାଡିଯିବ।