ବ୍ୟାଡମିଣ୍ଟନ ଖେଳାଳୀ ପି.ଭି ସିନ୍ଧୁ ନୋଜୋମି ଓକୁହାରାଙ୍କୁ ହରାଇ ଓ୍ବାର୍ଲଡ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ୨୦୧୯ର ବିଜୟୀ ହୋଇଛନ୍ତି। ସେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ସଫଳତା ହାସଲ କରିବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି।
ହାଇଦ୍ରାବାଦରେ ରହୁଥିବା ସିନ୍ଧୁ ଭାରତର ସବୁଠୁ ଚର୍ଚ୍ଚିତ ମହିଳା ଖେଳାଳିଙ୍କ ମଧ୍ୟରୁ ଜଣେ। ଅଲିମ୍ପିକ୍ ମେଡାଲିଷ୍ଟ ସିନ୍ଧୁ ଭାରତର ସବୁଠୁ ଅଧିକ ଆୟ କରୁଥିବା ଜଣେ ମହିଳା ଆଥଲେଟ ମଧ୍ୟ। ଚଳିତ ବର୍ଷ ବିଶ୍ବର ସବୁଠୁ ଅଧିକ ଆୟ କରୁଥିବା ୧୫ଜଣ ମହିଳା ଖେଳାଳିଙ୍କ ତାଲିକାରେ ସିନ୍ଧୁଙ୍କ ନାଁ ୧୩ତମ ସ୍ଥାନରେ ରହିଛି। କେବଳ ଏତିକି ନୁହେଁ ଏହି ତାଲିକାରେ ସାମିଲ ହୋଇଥିବା ସେ ପ୍ରଥମ ଭାରତୀୟ।
ସିନ୍ଧୁ ବର୍ଷକ ମଧ୍ୟରେ ମୋଟ ୫୫ମିଲିୟନ ଡଲାର ଅର୍ଥାତ୍ ୩୯କୋଟି ଟଙ୍କା ଆୟ କରିଛନ୍ତି। ଏଥିରେ ପାଖାପାଖି ୩କୋଟି ଟଙ୍କା ସିନ୍ଧୁଙ୍କୁ ପୁରସ୍କାର ରାଶି ଭାବେ ମିଳିଥିଲା ଏବଂ ବାକି ଟଙ୍କା ତାଙ୍କୁ ଅନୁମୋଦନ ଜରିଆରେ ମିଳିଥିଲା।