Odia News Portal

ସଫଳତା ଦେଇଛି କଡା ଜବାବ, ଗୋଟାଏ ସମୟରେ ଲୋକେ ‘କାଲୀ ବିଲ୍ଲୀ ’ ବୋଲି ଡାକୁଥିଲେ

ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ହେବା ପରେ ବଲିଉଡ୍‌ରେ ନିଜର ଯାତ୍ରା ଆରମ୍ବ କରି ବେଶ୍‌ ସଫଳତା ଅର୍ଜନ କରିଛନ୍ତି। ଏବେ ସେ କେବଳ ବଲିଉଡ୍‌ ନୁହଁନ୍ତି, ହଲିଉଡ୍‌ରେ ବି ନିଜର ଜଲୱା ଦେଖାଇ ସାରିଲେଣି। ପ୍ରିୟଙ୍କା ଚୋପ୍ରା ଆଜିକା ସମ‌ୟରେ ଜଣେ ଜଣାଶୁଣା ହଲିଉଡ୍‌ ଅଭିନେତ୍ରୀ।

ହଲିଉଡ୍‌ରେ ସେ ବେଶ୍‌ ଅଧିକ ଲୋପ୍ରିୟତ‌ା ଅର୍ଜନ କରି ସାରିଛନ୍ତି। ସେ ଆଜି ଏତେ ସଫଳ ହୋଇଛନ୍ତି ଯେ ପୂର୍ବରୁ କେହି ବି ବଲିଉଡ୍‌ ସେଲିବ୍ରିଟି ସେତିକି ସଫଳତା ଅର୍ଜନ କରିନଥିଲେ।

ତେବେ ଅଭିନେତ୍ରୀ ଏମିତି ଚୁଟ୍‌କିରେ ସବୁ କିଛି ପାଇ ଯାଇନାହାନ୍ତି। ତାଙ୍କୁ ବଲିଉଡ୍‌ରେ ଅନେକ ସଂଘର୍ଷ କରିବାକୁ ପଡ଼ିଚି। ନିଜର ପରିଚୟ ସୃଷ୍ଟି କରିବାକୁ ସେ ଖବ୍ ପରିଶ୍ରମ କରିଛନ୍ତି। ଏପରିକି ପ୍ରିୟଙ୍କାଙ୍କୁ ତାଙ୍କର ତ୍ବଚାର ରଂଗ ପାଇଁ ଗୋଟାଏ ସମୟରେ ଲୋକେ ‘କାଲୀ ବିଲ୍ଲୀ ବା କାଳୀ ବିଲେଇ’ ବୋଲି ଡାକୁଥିଲେ। ଯାହାକୁ ନେଇ ନିଜ ଭିତରର କ୍ରୋଧକୁ ପ୍ରକାଶ କରିଛନ୍ତି ପିସି।

ଏକ ସାକ୍ଷାତ୍‌କାରେ ପ୍ରିୟଙ୍କା ଏ ନେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟିଶମାନେ ଆଜି ଯଦିଓ ଆମ ଉପ‌ରେ ରାଜ୍‌ କରୁନାହାନ୍ତି। ମାତ୍ର ସେମାନେ ବନାଇ ଯାଇଥିବା ପଥରେ ଆଜି ବି ଆମେ ଚାଲୁଛେ।

ଆଜି ବି ଈଣ୍ଡଷ୍ଟ୍ରିରେ ହେଉ ବା ପରିବାରରେ ହେଉ, ଶରୀରର ରଂଗ କମ୍‌ ହୋଇଥିଲେ ଆମେ ଆଲୋଚନା କରିଥାଉ। ଆମ ପିଢ଼ିଙ୍କୁ ବୁଝିବାକୁ ପଡ଼ିବ ଯେ ରଂଗରୁ ଆଗକୁ ଯାଇ ଆମକୁ ଦକ୍ଷତାକୁ ବୁଝିବାକୁ ପଡ଼ିବ। ମୁଁ ଶ୍ୟାମଳୀ ହୋଇ ମଧ୍ୟ ନିଜ ଦକ୍ଷତା ପାଇଁ ଆଜି ଏଠାରେ ପହଞ୍ଚି ପାରିଛି।