Odia News Portal

ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ବର: ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସୁନାପଞ୍ଜୁରୀ ଫିଲ୍ମର `ପୁଚୁକି ଗାଲି’ ଗୀତ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ସୃଷ୍ଟି ହୋଇଥିବା ଅଭୁଲା ଗୀତ ।

ସୂଚନା ଅନୁଯାୟୀ, ୧୯୫୮ ମସିହା ୬ ଫେବ୍ରୁଆରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଅମରେନ୍ଦ୍ର ମହାନ୍ତିଙ୍କ ଜନ୍ମ । ବୁଲୁ ଭାଇ ଭାବେ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ ଥିଲେ ଏହି ମହାନ୍ ସଙ୍ଗୀତ ନିର୍ଦ୍ଦେଶ । ସେ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସା ଜାରି ରହିଥିଲେ । ତେବେ ହଠାତ୍‌ ଏବେ ତାଙ୍କର ପରଲୋକ ହୋଇଯାଇଛି । ଅମରେନ୍ଦ୍ରଙ୍କ ପରଲୋକରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ଅପରପକ୍ଷରେ ଅମରେନ୍ଦ୍ରଙ୍କ ଦେହାନ୍ତ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।