ଭୁବନେଶ୍ୱର : ଅଭିନୟରେ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ ଝିଲିକ୍। ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ କରିଛନ୍ତି ବ୍ୟାକ୍ । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ ।
ନୂଆ ପ୍ରଡକ୍ସନ ହାଉସରେ ତାଙ୍କ ଅଭିନୀତ ନୂଆ ନାରିକୈନ୍ଦ୍ରିକ ଚଳଚ୍ଚିତ୍ର “ରୁଦ୍ରାଣୀ”ର ନାମ ଘୋଷଣା ହୋଇଛି । ନିଜେ ପରିକଳ୍ପନା କରିବା ସହ ପ୍ରଯୋଜନା ଭଳି ଗୁରୁ ଦାୟିତ୍ୱରେ ଅଛନ୍ତି ନିଜେ ଅଭିନେତ୍ରୀ ଝିଲିକ୍ । ପ୍ରଥମେ ବାଙ୍ଗୀୟ ଚଳଚ୍ଚିତ୍ର “ତେମାୟା ଭଲୋ ପାସି ” ଜରିଆରେ ଅଭିନୟ ଜଗତକୁ ଏଣ୍ଟ୍ରି ମାରିଥିବାବେଳେ ସେହି ବର୍ଷ ଅମ୍ଲାନଙ୍କ ବିପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର “ଟାର୍ଗେଟ”ରେ ଦର୍ଶକଙ୍କ ନଜରକୁ ଆସିଥିଲେ । ଏହା ଭିତରେ ୧୪ଟି ଓଡ଼ିଆ ଚଳଚ୍ଚିତ୍ର ସହ ୭ଟି ବଙ୍ଗୀୟ ଚଳଚ୍ଚିତ୍ରରେ ସେ ଅଭିନୟ କରିସାରିଲେଣି ।
ଚଳଚ୍ଚିତ୍ର” ରୁଦ୍ରାଣୀ” ହେବ ତାଙ୍କର ୧୫ ତମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦିଆଯାଇଛି ।ଏହି ଚଳଚ୍ଚିତ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାନୁଆରୀ ୧୦ରୁ ସୁଟିଂ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରିଷ୍ଣା , ସେହିପରି ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ ଓ ସଂଳାପରେ ଅଛନ୍ତି ଡ଼. ରଜନୀରଞ୍ଜନ , ପ୍ରଡକ୍ସନ ଡିଜାଇନର ଅଛନ୍ତି ଋତୁରାଜ୍ ।
ଝିଲିକ, ମଣ୍ଟୁ, ଲୋହିତାକ୍ଷ, ପିଣ୍ଟୁ ନନ୍ଦ, ବବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ପ୍ରତିଭା ପଣ୍ଡା, ଶକ୍ତି ବରାଳ, ଜୀବନ ପଣ୍ଡା ,ସୁନୀତା ଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ ।ଏହି ଚଳଚ୍ଚିତ୍ରକୁ ସମାଜସେବୀ ପ୍ରତିମା ଘଡେଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିବାବେଳେ ପ୍ରଯୋଜକ ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ )ପ୍ରମୁଖ ଯୋଗଦେଇ ଟାଇଟଲ ଉନ୍ମୋଚନ କରିଥିଲେ ।ଓ ନିଜେ ଝିଲିକ ସାଥି କଳାକାରଙ୍କ ସହ ଫାଷ୍ଟ ଲୁକ ଲୋକାର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.