ବଲିଉଡର ଗାୟିକା ନେହାଙ୍କ ‘ବେବି ବମ୍ପ୍’ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋରଦାର ହୋଇଥିଲା | ଗତକାଲି ବଲିଉଡ ସିଙ୍ଗର ନେହା କକ୍କର ହଠାତ୍ ତାଙ୍କର ‘ବେବି ବମ୍ପ୍’ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିବା ପରେ ଫଟୋଟି ବେଶ୍ ଚର୍ଚ୍ଚା ପାଲଟିଥିଲା।

ଫଟୋ ସେୟାର କରୁ କରୁ ଇଣ୍ଟରନେଟରେ ଫଟୋଟି ଖୁବଶୀଘ୍ର ଭାଇରାଲ ହୋଇଥିଲା। ଫଟୋ ଦେଖି ତାଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଫଟୋ ପାଇଁ ସୋସିଆଲ ମିଡ଼ିଆରେ ଲୋକଙ୍କ ଟ୍ରୋଲର ଶିକାର ହୋଇଛନ୍ତି ନେହା । କାରଣ ବିବାହର ଦୁଇ ମାସ ଭିତରେ ସେ ଗର୍ଭବତୀ ହୋଇଥିଲେ। କିନ୍ତୁ ଭାଇରାଲ ହୋଇଥିବା ଫଟୋ ସତ ନୁହେଁ। ନେହା କକ୍କର ନିଜ ଗୀତର ପ୍ରମୋସନ ପାଇଁ ଏହି ଡ୍ରାମା କରିଥିବା ଖବର ଆଜି ସାମ୍ନାକୁ ଆସିଛି ।

ସତ ଜାଣିବା ପରେ ଖୁବ ରାଗି ଯାଇଛନ୍ତି ନେହାଙ୍କ ଫ୍ୟାନ୍ସ | ନେହା କକ୍କର ନିଜ ଗୀତର ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଖ୍ୟାଲ ରଖୟା କର୍ ୨୨ ଡିସେମ୍ବର କୋ ଆ ରହା ହେ’| ସତ ଜାଣିବା ପରେ ସୋସିଆଲ ମିଡ଼ିଆରେ ସେ ଖୁବ ଟ୍ରୋଲ ହୋଇଛନ୍ତି। ନେହା କକ୍କର ଅକ୍ଟୋବର ୨୪ରେ ରୋହନପ୍ରୀତଙ୍କ ସହ ବିବାହ କରିଥିଲେ । ବିବାହ ପରେ ଦୁହେଁ ହନିମୁନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସ୍ୱାମୀଙ୍କ ସହ ନେହା ଅନେକ ଫଟୋ ମଧ୍ୟ ସେୟାର କରିଥିଲେ ।