ମୁମ୍ବାଇ() ଚର୍ଚ୍ଚାରେ ଲୋକପ୍ରିୟ ଗାୟିକା ନେହା କକ୍କଡ଼ । ନିକଟରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ହିମାଂଶ କୋହଲି, ନେହାଙ୍କ ସହ ତାଙ୍କ ବ୍ରେକଅପ୍କୁ ନେଇ ବୟାନ ଦେଇଥିଲେ।
ହିମାଂଶ କହିଥିଲେ ଅନେକ ଦିନ ହେଲାଣି ଚୁପ୍ ରହିଥିଲେ, ସେଥିପାଇଁ ଲୋକଙ୍କ ମନରେ ତାଙ୍କ ବିଷୟରେ ଭୁଲ୍ ଧାରଣା ଆସିଥିଲା।
ସେପଟେ ହିମାଂଶଙ୍କ ବୟାନରେ ସୋଶାଲ୍ ମିଡିଆରେ ଏକ ପୋଷ୍ଟ କରି ସିଧା ଧମକ୍ ଦେଇଛନ୍ତି ନେହା ।
https://www.instagram.com/p/B8slasBnWMB/?utm_source=ig_web_copy_link
ନେହା ଇନ୍ଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଲଭ୍ ୟୁ ଗୁଡ୍ଡୁ। ଭଗବାନ୍ଙ୍କ ଦୟାରୁ ମୋ ପାଖରେ ସେ ସବୁ ଅଛି ଯାହା ଜଣେ ଜୀବନରେ ଚାହେଁ। ଆଉ ଏହାର ଏକମାତ୍ର କାରଣ ହେଉଛି ଭଲ କର୍ମ। ଯେଉଁ ଲୋକମାନେ ମୋ ବିଷୟରେ ଖରାପ କହୁଛନ୍ତି ସେମାନେ ମୋତେ ଈର୍ଷା କରନ୍ତି। ସେମାନେ କେବଳ ଚର୍ଚ୍ଚାକୁ ଆସିବା ପାଇଁ ମୋଁ ଷ୍ଟାରଡମ୍କୁ ବ୍ୟବହାର କରୁଛନ୍ତି। ପୂର୍ବରୁ ମଧ୍ୟ ମୋ ନାଁକୁ ବ୍ୟବହାର କରି ଫେମସ୍ ହୋଇଥିଲେ ଓ ଏବେ ବି କରୁଛନ୍ତି। ପୁଣିଥରେ ଫେମସ୍ ହେବା ପାଇଁ ମୋ ନାଁକୁ ବ୍ୟବହାର କରିବାକୁ ଚେଷ୍ଟା କରନାହିଁ। ମୁଁ ତୁମ ମା, ବାପା ଓ ଭଉଣୀଙ୍କ କାରନାମା ମଧ୍ୟ କହିପାରିବି। ଯାହା ବି ସେମାନେ ମୋ ସହ କରିଛନ୍ତି ଓ କହିଛନ୍ତି। ମୁଁ ତୁମକୁ ଚେତାବନୀ ଦେଉଛି ଯେ ମୋ ନାଁ ବ୍ୟବହାର କରିବାକୁ ଚେଷ୍ଟା ବି କରିବନି ଓ ଦୁନିଆ ଆଗରେ ବିଚାରା ହେବାକୁ ଚେଷ୍ଟା କରନାହିଁ। ମୋତେ ଏଠି ଭିଲେନ୍ ବନେଇବାକୁ ବି ଚେଷ୍ଟା କର ନାହିଁ। ମୋଠୁ ଓ ମୋ ନାଁଠୁ ଦୂରେଇ ରୁହ।’