ଘର ବାହାରେ ପତ୍ନୀଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଲେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ। ଭିଡିଓ ଛାଡ଼ି ୧୮ବର୍ଷ ନଷ୍ଟ କରିଥିବା କହିଲେ ପତ୍ନୀ ଆଲିଆ। ଗତ କିଛି ମାସ ହେଲା ନୱାଜ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଉଭୟ ପରସ୍ପର ଉପରେ ଭିନ୍ନ ଭିନ୍ନ ଆରୋପ ଲଗାଉଥିବା ବେଳେ ଏବେ ନୱାଜଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି ଆଲିଆ। ନୱାଜ, ଆଲିଆଙ୍କ ସହ ଥିବା ଦ୍ବିତୀୟ ସନ୍ତାନକୁ ଗ୍ରହଣ କରିବାକୁ ମନା କରିଥିବା କହିଛନ୍ତି ଅଭିନେତାଙ୍କ ପତ୍ନୀ।
ଏସବୁ ମଧ୍ୟରେ ଆଲିଆ ନିଜ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ନୱାଜ ଘର ବାହାରେ ରହି ତାଙ୍କ ସହ ବିତର୍କ କରୁଥିବା ଶୁଣାଯାଉଛି। ଭିଡିଓ ସେୟାର କରି ଆଲିଆ ଲେଖିଛନ୍ତି, ଜଣେ ବ୍ୟକ୍ତିଙ୍କୁ ମୋର ୧୮ବର୍ଷ ଦେଇଥିବାରୁ ମୁଁ ଦୁଃଖିତ, ଯାହାର ଆଖିରେ ମୋର ମୂଲ୍ୟ କିଛି ନାହିଁ। ପ୍ରଥମେ ମୁଁ ତାଙ୍କୁ ୨୦୦୪ରେ ଭେଟିଥିଲି ଏବଂ ଏକତା ନଗରରେ ରହିବା ସମୟରେ ଆମେ ଲିଭ୍ ଇନରେ ରହିବା ଆରମ୍ଭ କରିଥିଲୁ। ଗୋଟିଏ ଘରେ ନୱାଜ୍, ମୁଁ ଓ ତାଙ୍କ ଭାଇ ରହୁଥିଲୁ। ସେଠାରୁ ଆମେ ଏକତ୍ର ଯାତ୍ରା ଆରମ୍ଭ କରିଥିଲୁ ଏବଂ ବହୁତ ଖୁସିରେ ଜୀବନ ବିତାଉଥିଲୁ। ନୱାଜଙ୍କ ପାଖରେ ସେ ସମୟରେ ଟଙ୍କା ନଥିବାରୁ ମୁଁ ଓ ତାଙ୍କ ଭାଇ ତାଙ୍କୁ ଚଳାଉଥିଲୁ। ହେଲେ ଏ ମଣିଷ ସବୁ ଭୁଲିଗଲା।
Sign in
Sign in
Recover your password.
A password will be e-mailed to you.