ନୂଆଦିଲ୍ଲୀ: ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ୨୦୧୯ ଘୋଷିତ | ଛିଛୋରେ ସର୍ବଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର | ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଛିଛୋରେରେ କରିଥିଲେ ଅଭିନୟ | ଫିଲ୍ମ ମଣିକର୍ଣ୍ଣିକା ପାଇଁ କଙ୍ଗନା ରଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର |ଶ୍ରେଷ୍ଠ ଅଭିନେତା ଭାବେ ବିବେଚିତ ହୋଇଛନ୍ତି ମନୋଜ ବାଜପେୟୀ । ଭୋସଁଲେ ପାଇଁ ମନୋଜଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନ ମିଳିଛି । ସେହିପରି ଧନୁଷଙ୍କୁ ତାମିଲ ଅସୁରନ ପାଇଁ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି । ତେବେ ଜାତୀୟ ପୁରସ୍କାର ଦୌଡରେ କିଛି କମ ନାହିଁ ଓଡିଆ ସିନେମା । ଜାତୀୟ ସ୍ତରରେ ଓଡିଆ ଫିଲ୍ମ ଶ୍ରେଷ୍ଠ ବିବେଚିତ ହୋଇଛି । ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଶ୍ରେଷ୍ଠ କଳା ଓ ସାଂସ୍କୃତି ଫିଲ୍ମ । ‘ଶଲା ବୁଢାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡିଆ ଫିଲ୍ମ ମନୋନିତ ହୋଇଛି ।
ସେହିଭଳି ବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର ଆୱାର୍ଡ ଯାଇଛି ଫିଲ୍ମ କେଶରୀ ପାଇଁ ବି ପ୍ରାକଙ୍କ ଖାତାକୁ । ସର୍ବଶ୍ରେଷ୍ଠ ମରାଠି ଫିଲ୍ମ ଭାବେ ‘ବାରଦୋ’ ଚୟନ ହୋଇଛି । ‘ରବ ଦା ରେଡିଓ-୨’କୁ ସର୍ବଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ, ‘ଛୋରି ଛୋରୋଁସେ କମ ନେହିଁ’ ହରିଆନି ଭାଷାରେ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ବେଷ୍ଟ ଆନିମେସନ୍ ଫିଲ୍ମ ଭାବେ ‘ରାଧା’ ଓ ବେଷ୍ଟ୍ ଇଣ୍ଟ୍ରେଷ୍ଟିଂ ଫିଲ୍ମ ଭାବେ ‘ଜାକାଲା’ (ମରାଠି) ମନୋନୀତ ହୋଇଛି ।