ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ମଇଦାନରେ କମାଲ କରିଥିବା ଆପଣ ବହୁ ବାର ଦେଖିଛନ୍ତି। ବର୍ତ୍ତମାନ ଧୋନି ଚାଷ କାମରେ ମଧ୍ୟ ନିଜର ଜି-ଜାନ୍ ଲଗେଇ ଦେଇଛନ୍ତି । ରାଞ୍ଚି ସ୍ଥିତ ନିଜ ଫାର୍ମ ହାଉସରେ ସେ ଅର୍ଗାନିକ ପନିପରିବା ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଫାର୍ମ ହାଉସର ପରିବା ଚାହିଦା ଖୁବ୍ ଅଧିକ ରହିଛି ।ତେବେ ଖୁବ ଶୀଘ୍ର ଧୋନି ୱେବସିରିଜରେ ମଧ୍ୟ ନଜର ଆସିବେ ।

ଧୋନିଙ୍କ ପ୍ରଡକ୍ସନ୍ ହାଉସ୍ ଏକ ୱେବସିରିଜରେ କାମ କରୁଛି। ସିରିଜ୍ କେବେ ରିଲିଜ୍ ହେବ ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ଧୋନିଙ୍କ ପତ୍ନୀ ସାକ୍ଷୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିବା ଏକ ଫଟୋକୁ ଦେଖିବା ପରେ ଧୋନିଙ୍କ ୱେବସିରିଜ୍ ଖୁବ ଶୀଘ୍ର ରିଲିଜ ହେବ ବୋଲି ପ୍ରଶଂସକ ଅନୁମାନ କରିଛନ୍ତି ।

ସାକ୍ଷୀ ଧୋନି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସେ ପ୍ରିୟାଂଶୁ ଚୋପ୍ରାଙ୍କ ସହ ନଜର ଆସିଛନ୍ତି। ଫଟୋ ସେୟାର୍ କରି ସେ ଲେଖିଛନ୍ତି, “ଆଉ କିଛି ଦିନ ବାକି ରହିଲା” ସାକ୍ଷୀ ଏହି ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।ସାକ୍ଷୀଙ୍କ ଫଟୋରେ ଅଭିନେତ୍ରୀ ପ୍ରିୟଙ୍କା ପ୍ରତିକ୍ରିୟା ରଖି କହିଛନ୍ତି ”jittery” ଏହାସହ ସେ ହାର୍ଟ ଇମୋଜୀ ମଧ୍ୟ ଡ୍ରପ୍ କରିଛନ୍ତି।