Odia News Portal

ମାଟ୍ରିକ ପାସ କରିବାର ୧୬ ବର୍ଷ ପରେ MA ପାସ କରିଛନ୍ତି ମୋଦି

ନୂଆଦିଲ୍ଲୀ() ସ୍ୱାଧୀନତା ପାଇବା ପରେ ଭାରତ ଏଯାବତ ୧୪ ଜଣ ପ୍ରଧାନ ମନ୍ତ୍ରୀଙ୍କୁ ଦେଖିସାରିଲେଣି । ନିକଟରେ ୨୦୧୯ ମସିହାରେ  ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ନେତୃତ୍ୱ ନିଜ ହାତକୁ ନେଇଛନ୍ତି । ଏବେକା ସମୟରେ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ଭିତରେ ଗଣାଯାଉଥିବା  ମୋଦିଙ୍କ ଶିକ୍ଷାଗ୍ରହଣ କିନ୍ତୁ ଅନ୍ୟ କିଛିଟା ଭିନ୍ନ । ମାଟ୍ରିକ ପରୀକ୍ଷା ପାସ କରିବାର ୧୬ ବର୍ଷ ପରେ ମୋଦି ଏମଏ ପାସ କରିଛନ୍ତି । କାହିଁକି ମୋଦିଙ୍କୁ ଏହି ଡିଗ୍ରୀ ହାସଲ କରିବା ପାଇଁ ଏତେ ବର୍ଷ ସମୟ ଲାଗିଥିଲା । ଜଣେ ଏକ୍ସ ରେଗୁଲାର ଶିକ୍ଷାର୍ଥୀ ଭାବେ ୧୯୮୩ ମସିହାରେ ଗୁଜୁରାଟ ବିଶ୍ୱ ବିଦ୍ୟାଳୟରୁ ମୋଦି ଏମଏ ପାସ କରିଥିବା ବେଳେ ୬୨.୩ ପ୍ରତିଶତ ନମ୍ବର ରଖି ପରୀକ୍ଷା ପାସ କରିଥିଲେ ।

କିନ୍ତୁ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ ଥାର୍ଡ଼ ଡିଭିଜନରେ ହିଁ ବିଏ ପାସ କରିଥିଲେ । ୧୯୬୭ରେ ଗୁଜୁରାଟ ବୋର୍ଡରେ ହାଇ ସ୍କୁଲ ପରୀକ୍ଷା ଦେଇଥିଲେ । ମୋଦିଙ୍କ ଶିକ୍ଷା ବିଷୟରେ ତ ଜାଣିଲେ । ତେବେ ଆସନ୍ତୁ ଏବେପର୍ୟ୍ୟନ୍ତର ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଏକ ନଜର ପକାଇବା । ଯଦି ଦେଶର ଏହି ବିଶିଷ୍ଟ ନେତାଙ୍କ ଶିକ୍ଷାକୁ ଧରାଯାଏ ତେବେ ସମସ୍ତଙ୍କ ଭିତରେ ସବୁଠୁ ଶିକ୍ଷିତ ହେଉଛନ୍ତି ଡ. ମନମୋହନ ସିଂହ ।