ବିବାହର ଚର୍ଚ୍ଚା ପରେ ପୁଣି ଚର୍ଚ୍ଚାରେ ଆସିଲେ ବଲିଉଡର ନୂତନ ଦମ୍ପତି ସିଡକିଆରା । ବଲିଉଡର ସବୁଠାରୁ ଲୋକପ୍ରିୟ ପ୍ରେମୀଯୁଗଳ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ହୋଇଛନ୍ତି। ‘ଶେରଶାହା’ର ସୁଟିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିବା ବେଳେ ଫେବ୍ରୁଆରି ୭ରେ ରାଜସ୍ଥାନର ଜୈସଲମେରର ସୂର୍ୟ୍ୟଗଡ ପ୍ୟାଲେସରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହର ୪ଦିନ ପରେ ଏବେ କିଆରା ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ତାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଲୋକେ ଏଭଳି ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ମାତ୍ର ଏହାର ସତ୍ୟତା କିମ୍ବା ପ୍ରାମାଣିକତା ଥିବା ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ।
ଏହି ଦମ୍ପତି ସେମାନଙ୍କ ବିବାହ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ଅତ୍ୟନ୍ତ ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ବିବାହ ପରେ ଦୁହେଁ ଖୋଲାଖୋଲି ଭାବେ ଫଟୋଗ୍ରାଫରଙ୍କୁ ପୋଜ୍ ଦେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଅଭିନେତ୍ରୀ କିଆରାଙ୍କ ଏକ ଭିଡିଓ ଲାଇମ୍ ଲାଇଟକୁ ଆସିଛି, ଯେଉଁଥିରେ କିଆରା ନିଜ ପେଟ ଲୁଚାଉଥିବା ଦେଖିବାକୁ ମିଳିଛି। କିଆରାଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି ଲୋକେ ସନ୍ଦେହ କରିବା ଆରମ୍ଭ କରିଛନ୍ତି। କେତେକ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ଖବର ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.