ମୁମ୍ବାଇ() କରୀଶ୍ମା ନିଜ କ୍ୟାରିୟରରେ ସବୁ ପ୍ରକାରର ଫିଲ୍ମ କରିଥିଲେ। ତାଙ୍କ ବାପା ରଣଧୀର କପୁର ଏବଂ ବବିତା ମଧ୍ୟ ଫିଲ୍ମରେ ନାଁ କମାଇ ସାରିଛନ୍ତି। କରୀଶ୍ମା ପୂର୍ବରୁ ରାଜ କପୁରଙ୍କ ପରିବାରର କୌଣସି ଝିଅ ଫିଲ୍ମକୁ ଆସିନଥିଲେ କିନ୍ତୁ କରୀଶ୍ମା ସମସ୍ତ ପ୍ରକାର ବାଧା ବନ୍ଧନକୁ ଏଡ଼ାଇ ଫିଲ୍ମକୁ ଆସିଥିଲେ।
କରୀଶ୍ମାଙ୍କ ବାପା ମାଆଙ୍କ ମଧ୍ୟରେ କିଛି ସମସ୍ୟା ଥିଲା ଯାହା ଯୋଗୁଁ କରୀଶ୍ମାଙ୍କ ପିଲାଦିନ ଦୁଃଖଦ ଥିଲା। ଏହି ସବୁ ସମସ୍ୟା ଯୋଗୁଁ କରୀଶ୍ମା ନିଜ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ। କରୀଶ୍ମା ମାତ୍ର ଷଷ୍ଠ ଶ୍ରେଣୀ ଯାଏଁ ପଢ଼ିଛନ୍ତି।
ମାତ୍ର ୧୭ବର୍ଷ ବୟସରେ ସେ ଫିଲ୍ମ ପ୍ରେମ କଏଦୀରୁ ଆକ୍ଟିଂରେ ପ୍ରବେଶ କରିଥିଲେ। ଆରମ୍ଭରୁ ତାଙ୍କୁ ଭଲ ରେସପନ୍ସ ମିଳିନଥିଲା। ସେତେବେଳେ କରୀଶ୍ମା କହିଥିଲେ ଯେ କୌଣସି ନୂଆ ଷ୍ଟାରଙ୍କ ପାଇଁ ମିଡିଆ ଏତେ କଠୋର ହୋଇନଥାଏ ଯେତେ କଠୋର ତାହା ରାଜ କପୁରଙ୍କ ନାତୁଣୀଙ୍କ ପାଇଁ ହୋଇଥାଏ। ସାମାନ୍ୟ ଭୁଲକୁ ବହୁତ ବଡ଼ କରି ଦେଖା ଯାଇଥାଏ। ଏହା ପରେ କରୀଶ୍ମା ଫିଲ୍ମ ରାଜା ବାବୁରେ କମାଲ୍ କରି ଦେଖାଇଥିଲେ।